ଟାଟା ପାୱାରର ବିଲ୍‌ ଆଦାୟ କରୁଥିବା ୫୦୫ ଏସଏଚଜି ମହିଳାଙ୍କୁ ଦିଆଗଲା ଡ୍ରେସ କୋଡ ଓ ଲୋଗୋ

ଭୁବନେଶ୍ବର(କେନ୍ୟୁଜ୍):  ଟାଟା ପାୱାର ଅଧୀନରେ ବିଲ୍‌ ଆଦାୟ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଡ୍ରେସ କୋଡ ଓ ଲୋଗୋ ପ୍ରଦାନ କରାଯାଇଛି । ରାଜ୍ୟରେ ୫୦୫ ପଞ୍ଚାୟତରେ ୫୦୫ ସ୍ୱୟଂ ସହାୟକ ଗୋଷ୍ଠୀ ବିଲ୍‌ ଆଦାୟ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

tata

ଏହି ମହିଳା ସଦସ୍ୟଙ୍କୁ ଟାଟା ପାୱାର ପକ୍ଷରୁ ଡ୍ରେସ କୋଡ଼ ବାବଦରେ ୫ ହଜାର ମାଣିଆ ବନ୍ଧ ଶାଢୀ ଓ ଢେଙ୍କାନାଳର ଡୋକ୍ରାରେ ତିଆରି ହୋଇଥିବା ଲୋଗୋ ପ୍ରଦାନ କରାଯାଇଛି । ଲୋକସେବା ଭବନର ନୂତନ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଏହି ଲୋଗୋ ଓ ଡ୍ରେସକୋଡ ଉନ୍ମୋଚନ କରିବା ସହ ମହିଳାମାନଙ୍କୁ ପ୍ରଦାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.