ବେପରୁଆ ଗାଡି ଚାଳନା ରୋକିବା ପାଇଁ ମୃତ ଦେହ ରଖି ରାସ୍ତା ଅବରୋଧ

ବାଲିଗୁଡା ସହରରେ ବେପରୁଆ ଗାଡି ଚାଳନାକୁ ରୋକିବା ଓ ବେପରୁଆ ଗାଡି ଚାଳନାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା l

ବାଲିଗୁଡା : ବାଲିଗୁଡା ସହରରେ ବେପରୁଆ ଗାଡି ଚାଳନାକୁ ରୋକିବା ଓ ବେପରୁଆ ଗାଡି ଚାଳନାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା l ଡ୍ରାଇଭର ସଙ୍ଘ ପକ୍ଷରୁ ବାଲିଗୁଡା 59 ନମ୍ବର ଜାତୀୟ ରାଜପଥ ର ଗାନ୍ଧୀ ଛକ ଠାରେ ମୃତ ଡ୍ରାଇଭରଙ୍କ ମୃତ ଦେହ ରଖି ରାସ୍ତା ଅବରୋଧ l

ବାଲିଗୁଡା ସହରରେ ଦିନକୁ ଦିନ ବେପରୁଆ ଗାଡି ଚାଳନା ବଢୁଥିବା ବେଳେ ନିଶାସକ୍ତ ଅବସ୍ଥାରେ ଦ୍ରୁତ ଗାଡି ଚାଳନାରେ ବହୁ ଜୀବନ ହାନୀ ହେଉଥିବା ଡ୍ରାଇଭର ସଙ୍ଘ ଦାବି କରିଛି l ଦ୍ରୁତ ଗତିରେ ଗାଡି ଚଳାଉଥିବା ଯାନ ବାହନ ଉପରେ ରୋକ ଲଗେଇବା ସହ ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବା ଚାଳକ ବିରୋଧ ରେ ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଡ୍ରାଇଭର ସଙ୍ଘ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି l

ଏଥିସହ ମୃତ ଡ୍ରାଇଭରଙ୍କ ପରିବାରକୁ କ୍ଷତି ପୂରଣ ସହ ନ୍ୟାୟ ପ୍ରଦାନ ଦାବି କରିଛି ଡ୍ରାଇଭର ସଙ୍ଘ l ଗତକାଲି ସନ୍ଧ୍ୟାରେ ବାଲିଗୁଡା ରେଭିନ୍ୟୁ ବଙ୍ଗଳା ନିକଟରେ ନିଶାସକ୍ତ ଯୁବକର ବେପରୁଆ ଗାଡି ଚାଳନାରେ ସୁନାପାଙ୍ଗାର ଡ୍ରାଇଭର ସୀମା ସାହୁଙ୍କ ମୃତ୍ୟୁ ଘଟିଛି l ଏଥିସହ  ୩ ଜଣ ଗୁରୁତର ହେବା ସହ  ୩ ଜଣ ଆହତ ହୋଇଥିଲେ l ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.