ଆଜିଠୁ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଧର୍ମଘଟ: ୧୨ ଦଫା ଦାବିରେ ଆନ୍ଦୋଳନ ଡାକରା ଦେଇଛି ଏକତା ମହାମଞ୍ଚ

ଆଜିଠୁ ଡ୍ରାଇଭର ଏକତା ମହାମଞ୍ଚର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ଆମ୍ବୁଲାନ୍‌ସ, ସ୍କୁଲ ଗାଡ଼ି ଓ ଜରୁରୀ ସେବାରେ ନିୟୋଜିତ ଗାଡ଼ିକୁ ରୋକାଯିବ ନାହିଁ ବୋଲି ଓଡ଼ିଶା ଡ୍ରାଇଭର ମହାସଂଘ କହିଛି ।

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ଡ୍ରାଇଭର ଏକତା ମହାମଞ୍ଚର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ଉଚିତ ଦରମା, ଚାକିରି ସୁରକ୍ଷା ଆଦି ୧୨ ଦଫା ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦେଇଛି ଏକତା ମହାମଞ୍ଚ । ଭୁବନେଶ୍ୱର ସମେତ ଜିଲ୍ଲାସ୍ତରରେ ଏହି ଧର୍ମଘଟ କରିବେ ବିଭିନ୍ନ ଡ୍ରାଇଭର ସଂଗଠନ । ଫଳରେ ସାଧାରଣ ପରିବହନ ବ୍ୟବସ୍ଥା ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି । ମାଲ୍‌ ପରିବହନ ବି ବ୍ୟାହତ ହୋଇପାରେ । ତେବେ ଆମ୍ବୁଲାନ୍‌ସ, ସ୍କୁଲ ଗାଡ଼ି ଓ ଜରୁରୀ ସେବାରେ ନିୟୋଜିତ ଗାଡ଼ିକୁ ରୋକାଯିବ ନାହିଁ ବୋଲି ଓଡ଼ିଶା ଡ୍ରାଇଭର ମହାସଂଘ କହିଛି ।

ଅନ୍ୟପଟେ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନରେ ଘରୋଇ ବସ୍‌ କର୍ମଚାରୀ ସଂଘ ସାମିଲ ହେବେନି । ଯାତ୍ରୀଙ୍କୁ ହଇରାଣ ନ କରିବା ପାଇଁ ବସ୍‌ ଚଳାଚଳ ସ୍ୱାଭାବିକ ରଖିବା ପାଇଁ କହିଛି ବସ୍‌ ମାଲିକ ସଂଘ । ଏବେ ମାଟ୍ରିକ, ଯୁକ୍ତ ଦୁଇ ଓ ଅନ୍ୟାନ୍ୟ ପରୀକ୍ଷା ଚାଲୁଥିବାରୁ ଧର୍ମଘଟରୁ ନିବୃତ୍ତ ରହିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ କହିଛି । କିନ୍ତୁ ଜିଦରେ ଅଟଳ ଡ୍ରାଇଭର ମହାମଞ୍ଚ । ସେମାନଙ୍କ ଦାବି ନେଇ ସରକାରଙ୍କ ସକ୍ରିୟ ବିଚାରଧୀନ ରହିଥିବା କହିଛି ପରିବହନ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.