Below header

ତାତିରୁ ମିଳିବ ତ୍ରାହି : ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ୫ ଦିନ ଧରି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ତାତିରୁ ମିଳିବ ତ୍ରାହି। ୧୬, ୧୭, ୧୮ରେ ରାଜ୍ୟର ସମସ୍ତ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ପାଇଁ ଚେତାବନୀ ଜାରି ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ତାତିରୁ ମିଳିବ ତ୍ରାହି। ଆସୁଛି ପଶ୍ଚିମା ଝଡ଼। ଆଜିଠୁ ରାଜ୍ୟରେ ୫ ଦିନ ଧରି ବର୍ଷିବ। ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଉପକୂଳ ସଂଲଗ୍ନ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୬, ୧୭, ୧୮ରେ ରାଜ୍ୟର ସମସ୍ତ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ପାଇଁ ଚେତାବନୀ ଜାରି ହୋଇଛି । ଏହି ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି ।

ରାଜ୍ୟରେ ସକ୍ରିୟା ପଶ୍ଚିମା ଝଡ଼ ସହ ବାୟୁମଣ୍ଡଳର ମଧ୍ୟଭାଗରେ ଥିବା ଟ୍ରଫ୍‌ ଲାଇନ ସହ ବଙ୍ଗୋପସାଗରରୁ ଜଳୀୟ ବାଷ୍ପ ରାଜ୍ୟ ମଧ୍ୟକୁ ପ୍ରବାହିତ ହେଉଥିବାରୁ ପାଗ ଘଡ଼ଘଡ଼ି ଓ ବର୍ଷା ପାଇଁ ଅନୁକୂଳ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଜି ରାଜଧାନୀ ଭୁବନେଶ୍ୱରରେ ପାଗ ମେଘୁଆ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.