ଚପଲ ବଞ୍ଚାଇଲା ଜୀବନ !

ଭୁବନେଶ୍ବର : ଚପଲ ବଞ୍ଚାଇଦେଲା ଜୀବନ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଘଟଣାଟି ସଂପୂର୍ଣ୍ଣ ସତ । ଭୁବନେଶ୍ୱର କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କ କ୍ଷେତ୍ରରେ ଏହାହିଁ ଘଟିଛି । ଦୁଇଘଣ୍ଟାରୁ ଅଧିକ ସମୟ ପାଣିରେ ଭାସିଯାଉଥିବା ବେଳେ ହାତରେ ଚପଲ ଧରିଥିବାରୁ ସେ ମରଣ ମୁହଁରୁ ବର୍ତ୍ତି ଯାଇଛନ୍ତି । ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଅଛି ।

ଭୁବନେଶ୍ୱରରେ କୁଆଖାଇ ନଦୀକୁ ଡେଇଁବା ପରେ ପ୍ରଖର ସୁଅରେ ଭାସି ଯାଉଥିଲେ ମହିଳା । ଖବର ପାଇ ଅଗ୍ନିଶମ ବାହିନୀ ଆରମ୍ଭ କରିଥିଲା ଖୋଜାଖୋଜି । ପାୱାର୍‌ ବୋଟ୍‌ ଓ ଟ୍ୟୁବ୍‌ର ସାହାଯ୍ୟ ନେଇଥିଲେ । ପ୍ରାୟ ଦୁଇଘଣ୍ଟା ପରେ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା ।  ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଏହା ଥିଲା ଚ୍ୟାଲେଞ୍ଜ । ଭଉଁରୀ ଯୋଗୁ ପାଣିର ଦିଗ ପରିବର୍ତ୍ତନ ହେଉଥିଲା । ତେବେ ଉଦ୍ଧାରକାରୀଙ୍କ ଉପସ୍ଥିତ ବୁଦ୍ଧି ପାଇଁ ମହିଳାଙ୍କୁ ବଞ୍ଚାଇବା ସହଜ ହୋଇଥିଲା । ମହିଳା ଜଣଙ୍କ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.