ବରଗଡ : ନଦୀରେ ଭାସିଯାଉଥିବାବେଳେ ବୃଦ୍ଧାଙ୍କୁ ଉଦ୍ଧାର କଲେ ଯୁବକ

ବରଗଡ (କେ ନ୍ଯୁଜ୍) : ନଦୀରେ ଭାସିଯାଉଥିବାବେଳେ ବୃଦ୍ଧାଙ୍କୁ ଉଦ୍ଧାର କଲେ ଯୁବକ । ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ୍ ଅନ୍ତର୍ଗତ ଅଙ୍ଗନଦୀରେ ବୃଦ୍ଧା ଜଣକ ଗାଧୋଉଥିବାବେଳେ ଭାସିଯାଇଥିଲେ । ୪କିଲୋମିଟର ପର୍ୟ୍ୟନ୍ତ ଭାସିଯିବା ପରେ ଘୁଚିପାଲି ଡ୍ୟାମ୍ ନିକଟରେ ୩ଜଣ ଯୁବକ ତାଙ୍କୁ ଉଦ୍ଧାର କରିଛନ୍ତି । ବୃଦ୍ଧାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ତାଙ୍କୁ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।