Below header

ମଦ୍ୟପ ଡ୍ରାଇଭରର କାରନାମା, ଗର୍ଭବତୀଙ୍କୁ ଅଧାରାସ୍ତାରେ ଛାଡିଦେଲା ଆମ୍ବୁଲାନ୍ସ

ବାଂଶପାଳ (କେ ନ୍ୟୁଜ) ; ବର୍ତ୍ତମାନ ଗାଁରୁ ସହର ସବୁଜାଗାରେ ଟ୍ରାଫିକ ଧରପଗଡ ଚାଲିଥିବା ବେଳେ ଜଣେ ମଦ୍ୟପ ଆମ୍ବୁଲାନ୍ସ ଡ୍ରାଇଭର ଏଭଳି ଅମାନବୀୟ କାଣ୍ଡ ଘଟାଇଛନ୍ତି। ଜଣେ ଗର୍ଭବତୀଙ୍କୁ ଅଧାରାସ୍ତାରେ ଛାଡି ଦେଲା ଆମ୍ବୁଲାନ୍ସ ଡ୍ରାଇଭର।

ଏପରି ଏକ ଘଟଣା କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ରାକମ ଗ୍ରାମରେ ଘଟିଛି। ସେହି ଗ୍ରାମର ବିରିସୀ ମୁଣ୍ଡା ଗର୍ଭ ଯନ୍ତ୍ରଣାରେ ଛଟପଟ ହେବାରୁ ତାଙ୍କୁ ଗତକାଲି ସନ୍ଧ୍ୟାରେ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୦୮ ଆମ୍ବୁଲାନ୍ସରେ ଯାଇଥିବ ସମୟରେ ଡ୍ରାଇଭର ଜଣକ ମଦ୍ୟପାନ କରି ଗାଡି ଖରାପ ଚଳାଇବାରୁ ସେଥିରେ ଥିବା ଆଶା ଦିଦି ଏବଂ ପ୍ରସୂତିଙ୍କ ସ୍ୱାମୀ ଗାଡିକୁ ବାଂଶପାଳ ମେଡିକାଲକୁ ନେଇଯିବାକୁ କହିଥିଲେ। କିନ୍ତ ସେହି ମଦ୍ୟପ ଡ୍ରାଇଭର ସେମାନଙ୍କ କଥା ନ ଶୁଣି ଅଧାବାଟରେ ଗାଡି ରଖିଦେଇ ସେମାନଙ୍କୁ ଛାଡି ଚାଲିଯାଇଥିଲା। ପରେ ବାଂଶପାଳ ମେଡିକାଲକୁ ଖବର ଦେବାରୁ ମେଡିକାଲ କର୍ତ୍ତପୃକ୍ଷ ଅନ୍ୟ ଏକ ଆମ୍ବୁଲାନ୍ସକୁ ଡାକି ସେମାନଙ୍କୁ କେନ୍ଦୁଝର ମେଡିକାଲକୁ ପଠାଇଥିଲେ।

ଲୋକଙ୍କ ଅସୁବିଧା ବେଳେ କାମରେ ଆସୁଥିବା ଆମ୍ବୁଲାନ୍ସରେ ଏପରି ମଦ୍ୟପ ଡ୍ରାଇଭରଙ୍କ ନିଯୁକ୍ତି ବିଭାଗୀୟ ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଭାଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏପରି ଡ୍ରାଇଭର ରୋଗୀଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି ବୋଲି ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.