ସାଟେଲାଇଟରେ କ’ଣ ପାଇଁ ଲାଗିଥାଏ ସୁନାର ଆସ୍ତରଣ, ଆପଣ କେବେ ଭାବିଛନ୍ତି କି ?

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) ପ୍ରଥମରୁ ଚନ୍ଦ୍ରାୟନ ୨କୁ ନେଇ ବେଶ୍‌ ଉତ୍ସାହିତ ରହିଥିଲା। ଚନ୍ଦ୍ରପୃଷ୍ଠରୁ ମାତ୍ର ଅଳ୍ପ ଦୂରରେ ଥିଲା ବିକ୍ରମ, ସେତେବେଳେ କଟିଗଲା ସମ୍ପର୍କ । ଯୋଜନା ମୁତାବକ ବିକ୍ରମ ଅବତରଣ କରୁଥିଲା । ଚନ୍ଦ୍ରପୃଷ୍ଠଠାରୁ ୨.୧ କିଲୋମିଟର ଦୂର ପର୍ଯ୍ୟନ୍ତ ସବୁ ଠିକ୍ ଥିଲା । କିନ୍ତୁ ତା ପରଠାରୁ ସମ୍ପର୍କ ଛିନ୍ନ ହୋଇଗଲା । ଏହାକୁ ନେଇ ହାର ମାନିନାହାନ୍ତି ଇସ୍ରୋ ବୈଜ୍ଞାନିକ।

88

ଆପଣମାନେ ସର୍ବଦା ଏହାର ଫଟୋରେ ନିଶ୍ଚିତ ଦେଖିଥିବେ କି ସାଟେଲାଇଟ ଏକ ସୁନେଲୀ ରଙ୍ଗର ଜରି ଭଳି ଜିନିଷରେ ଆଚ୍ଛାଦିତ ହୋଇ ରହିଥାଏ। କେବଳ ଚନ୍ଦ୍ରାୟନ ୨ ନୁହେଁ ବରଂ ଅନ୍ତରୀକ୍ଷକୁ ଯାଉଥିବା ସବୁ ସାଟେଲାଇଟକୁ ସୁନେଲୀ ରଙ୍ଗର ଜରି ଭଳି ଜିନିଷରେ ଆଚ୍ଛାଦିତ ହୋଇ ରହିଥିବା ପଛରେ କାରଣ କ’ଣ ? କେବେ ଆପଣ ଭାବିଛନ୍ତି ? ଏପରି କ’ଣ ପାଇଁ କରାଯାଇଥାଏ ? କ’ଣ ପାଇଁ ବୈଜ୍ଞାନିକମାନେ ସାଟେଲାଇଟ ଉପରେ ଏପରି ଜିନିଷ ଘୋଡାଇ ରଥିଥାନ୍ତି ? କ’ଣ ଇସ୍ରୋ ଭଳି ମଧ୍ୟ ନାସା ଏଭଳି କରିଥାଏ ? ଏଭଳି ଅନେକ ପ୍ରଶ୍ନ ଆମ୍ଭମାନଙ୍କ ମନରେ ରହିଛି ।

99

ସାଟେଲାଇଟକୁ ଯେଉଁ ସୁନେଲୀ ରଙ୍ଗର ଜରି ବା ପରଦାରେ ଆଚ୍ଛାଦିତ କରି ରଖାଯାଇଥାଏ ତାକୁ ମଲ୍ଟି ଲେୟର ଇନସୁଲେସନ(MLI ) କୁହାଯାଏ । ଏହାକୁ ବହୁତ ହାଲକା ହେବା ସତ୍ତ୍ୱେ ବହୁତ ମଜବୁତ ହୋଇଥାଏ। ବହୁତ ପତଳା ପତଳା ସ୍ତରକୁ ମିଶ୍ରଣ କରାଯାଇ ଏକ ମୋଟା ପରସ୍ତ କରାଯାଏ, ଯାହାକୁ ବୈଜ୍ଞାନିକ ଭାଷାରେ ମଲ୍ଟିଲେୟର ଇନସୁଲେସନର ନାମ ଦିଆଯାଇଛି। ସାଧାରଣ ଭାଷାରେ ଏହାକୁ ଗୋଲ୍ଡ ପ୍ଲେଟିଂ ବୋଲି କହୁଯାଏ। ଆପଣ ଭାବୁଥିବେ, କ’ଣ ଏହାକୁ ସୁନାରେ ତିଆରି କରାଯାଇଛି ?

ଏଥିରେ ପଲିମାଇଡ କିମ୍ବା ପଲିଷ୍ଟର ଫିଲ୍ମସର ବ୍ୟବହାର କରାଯାଏ। ଏହା ଫିଲ୍ମସର ଅଲଗା ଅଲଗା ସ୍ତରର ପ୍ଲାଷ୍ଟିକ ରହିଥାଏ। ଯାହାକୁ ଆଲୁମିନିୟମର ପତଳା ପରସ୍ତର କୋଟିଂ କରାଯାଇଥାଏ। ଏଥିରେ ସୁନାର ମଧ୍ୟ ବ୍ୟବହାର କରାଯାଇଥାଏ। କିନ୍ତୁ ସବୁବେଳେ ସୁନାର ପ୍ରୟୋଗ ଜରୁରୀ ନଥାଏ। ସାଟେଲାଇଟ କେଉଁଠିକୁ ଯିବ, କେଉଁ ଅର୍ବିଟରେ ରହିବ ତାହା ଉପରେ ନିର୍ଭର କରିଥାଏ।

098

 

ଏହି ସୁନା ସାଟେଲାଇଟକୁ ପରିବର୍ତ୍ତନଶୀଳତା, କଣ୍ଡକ୍ଟିଭିଟି ଏବଂ ଜଙ୍କ ଲାଗିବାରୁ ପ୍ରତିରୋଧ କରିଥାଏ। ଏହାଛଡା ଯେଉଁ ଧାତୁରେ ଏଥିରେ ବ୍ୟବହାର କରାଯାଏ, ତାହା ଏରୋସ୍ପେସ ଇଣ୍ଡଷ୍ଟ୍ରୀରେ ବହୁତ ମୂଲବାନ ହୋଇଥାଏ। ଏଥିରେ ଥର୍ମାଲ କଣ୍ଟ୍ରୋଲ ପ୍ରପୋର୍ଟି ରହିଥାଏ। ଏହା ହାନିକାରକ ରଶ୍ମୀ, ର୍ଥମାଲ ରେଡିଏସନକୁ ରୋକିବାରେ ସାହାଯ୍ୟ କରିଥାଏ। ଫଳରେ ସାଟେଲାଇଟକୁ ଏହି ସୁନେଲୀ ରଙ୍ଗର ପରଦାରେ ଢାଙ୍କିବା ଦ୍ୱାରା ଅନ୍ତରୀକ୍ଷରେ କୌଣସି ବିପଦପୂର୍ଣ୍ଣ ରେଡିଏସନର ପ୍ରଭାବ ସାଟେଲାଇଟକୁ କ୍ଷତି ପହଞ୍ଚାଇ ନଥାଏ।

 

ମଲ୍ଟି ଲେୟାର ଇନସୁଲେସନରେ ବ୍ୟବହୃତ ହେଉଥିବା ସୁନାକୁ ଲୋଜର ଗୋଲ୍ଡ ନାମରେ ଜଣାଯାଏ। କେବଳ ଏତିକି ନୁହେଁ ମହାକାଶଚାରୀଙ୍କ ସ୍ପେସ ସୁଟରେ ମଧ୍ୟ ସୁନାର ବ୍ୟବହାର କରାଯାଇଥାଏ। ଏହାର କାରଣ ସୁନା ଅତିବାଇଗଣୀ ରଶ୍ମୀକୁ ରିପ୍ଲେକ୍ଟ କରିବାରେ ସକ୍ଷମ। ଏହାସହିତ ଅନ୍ୟ ସବୁ ରଶ୍ମୀକୁ ମଧ୍ୟ ସୁନା ପ୍ରତିରୋଧ କରିଥାଏ। ଏଥିପାଇଁ ସାଟେଲାଇଟକୁ ସୁନାର ଜରିରେ ଆଚ୍ଛାଦିତ କରି ଅନ୍ତରୀକ୍ଷକୁ ପଠାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.