ସଲମାନ୍ଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ କ୍ୟାଟ୍ରିନା, କହିଲେ ସଲ୍ମାନ୍ ମୋ ପାଇଁ…
ବଲିଉଡ୍ର ଚୁଲ୍ବୁଲି ନାୟିକା କ୍ୟାଟ୍ରିନାଙ୍କ ସହ ଭାଇଜାନ୍ଙ୍କ ଅନ୍ସ୍କ୍ରିନ୍ କେମେଷ୍ଟ୍ରିକୁ ଦର୍ଶକମାନେ ବହୁତ ପସନ୍ଦ କରନ୍ତି। ସୋସିଆଲ ମିଡିଆରେ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚା ହେଉଥିବା ବେଳେ ଉଭୟେ କିନ୍ତୁ କେବେ ବି ମୁହଁ ଖୋଲି କିଛି କହିନାହାନ୍ତି। ନିଜ ପର୍ସନାଲ ଲାଇଫ୍କୁ ଉଭୟେ ପର୍ସନାଲ ରଖିବାକୁ ସବୁବେଳେ ପସନ୍ଦ କରନ୍ତି। ତେବେ ଏକ ଇଣ୍ଟରଭିୟୁରେ କ୍ୟାଟ୍ରିନା କୈଫ ସଲମାନଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି।
କ୍ୟାଟ୍ରିନା କହିଛନ୍ତି ଯେ ସଲମାନ ଖାନ୍ଙ୍କ ସହ ତାଙ୍କ ଅନ୍ ସ୍କିନ୍ କେମେଷ୍ଟ୍ରି ଯେମିତି ଦେଖାଯାଏ, ରିୟଲ ଲାଇଫ୍ରେ ସେମାନେ ଆଦୌ ସେମିତି ନୁହଁନ୍ତି। ସଲମାନ୍ଙ୍କ ପ୍ରଶଂସା କରି ସେ କହିଛନ୍ତି ଯେ ସଲମାନ୍ ସବୁବେଳେ ମୋତେ ସାହାଯ୍ୟ କରିଛନ୍ତି। ଏକ ସାଙ୍ଗ ଭଳି ସେ ସବୁବେଳେ ମୋ ସହ ଅଛନ୍ତି।
Being an actor is a huge privilege, and also a sacrifice, Katrina Kaif tells @sonalkalra at the #HTMALeadershipSummit in Singapore
Track LIVE updates here: https://t.co/sKyN8xrVxT pic.twitter.com/jREbQZCEME
— Hindustan Times (@htTweets) September 6, 2019
ମୋ ବିପଦ ସମୟରେ ଯେତେବେଳେ ମୋ ପାଖରେ କେହି ନଥିଲେ ସେତେବେଳେ ସଲମାନ୍ ହିଁ ମୋ ପାଖରେ ଠିଆ ହୋଇଥିଲେ। ମତେ ପୁଣି ଥରେ ପୂର୍ବ ଅବସ୍ଥାକୁ ଫେରିବାରେ ସଲମାନ୍ ବହୁତ ସାହାଯ୍ୟ କରିଛନ୍ତି ବୋଲି କ୍ୟାଟ୍ରିନା କହିଛନ୍ତି।
ଏହାସହ ପଢ଼ନ୍ତୁ: ଜଙ୍ଗଲରେ ରଣବୀର-ଆଲିଆ, ଜାଣନ୍ତୁ ସେଠାରେ ଉଭୟେ କରୁଛନ୍ତି କ’ଣ?
ଇଣ୍ଟରଭିୟୁରେ କ୍ୟାଟ୍ରିନା କହିଛନ୍ତି ଯେ ଆମେ ବହୁତ ଭଲ ବନ୍ଧୁ। ସଲମାନ୍ ଜଣେ ବିଶ୍ୱାସଯୋଗ୍ୟ ବ୍ୟକ୍ତି, ସେଥିପାଇଁ ଆଜି ଆମେ ଏକାଠି ଅଛୁ। ସଲମାନଙ୍କ ଭଉଣୀ ଅର୍ପିତା ଓ ଅଲବୀରାଙ୍କ ସହ ମଧ୍ୟ କ୍ୟାଟ୍ରିନା ବହୁତ କ୍ଲୋଜ୍ ବୋଲି କହିଛନ୍ତି।