ଗ୍ରାହକଙ୍କୁ ମିଳିଲା କିଛିଟା ଆଶ୍ବସ୍ତି: କମିଲା ସୁନା ଦର, ଜାଣନ୍ତୁ ଏବେ କେତେ ରହିଛି
ରାଷ୍ଟ୍ରୀୟ ରାଜଧାନୀ ବଜାରରେ ଶୁକ୍ରବାର ସୁନା ଦର ପ୍ରତି ୧୦ଗ୍ରାମ ପିଛା ୩୭୨ ଟଙ୍କା କମିବା ସହିତ ୩୯ହଜାର ୨୭୮ଟଙ୍କା ରହିଛି। ସୁନା ଦର ସହିତ ରୂପା ମୂଲ୍ୟ ମଧ୍ୟ ୧୨୭୩ଟଙ୍କା ହେବା ସହିତ ୪୯,୧୮୭ ଟଙ୍କା ପ୍ରତି କିଲୋଗ୍ରାମ ରହିଛି । ଗୁରୁବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସରାଫା ବଜାରରେ ସୁନା ଦର ୩୯,୨୭୧ ଟଙ୍କାରେ ପହଁଚିଥିଲା ।
ଏଚଡିଏଫସି ସିକ୍ୟୁରିଟିଜ୍ ର ବରିଷ୍ଠ ବିଶ୍ଳେଷକ ତପନ ପଟେଲ କହିଛନ୍ତି କି ଟଙ୍କା ମୂଲ୍ୟ ମଜବୁତ୍ ହେବା କାରଣରୁ ସୁନା ମୂଲ୍ୟ କିଛିଟା କମିଛି । ଶୁକ୍ରବାର ଡଲାର ମୁତାବକ ଟଙ୍କା ମୂଲ୍ୟ ୨୧ ପଇସା ମଜବୁତ୍ ହୋଇଯାଇଛି । ଅନ୍ତରାଷ୍ଟ୍ରୀୟ ବଜାର, ନ୍ୟୁୟର୍କରେ ସୁନା ଦର କମି ୧୫୧୦ଡଲାର ପ୍ରତି ଆଉନ୍ସ ହୋଇଯାଇଥିବାବେଳେ ରୂପା ଦର କମି ୧୮.୩୦ଡଲାର ପ୍ରତି ଆଉନ୍ସରେ ପହଁଚିଯାଇଛି ।
ଗୁରୁବାର ଦିନ ଦିଲ୍ଲୀରେ ସୁନା ୩୯,୬୫୦ଟଙ୍କା ପ୍ରତି ୧୦ଗ୍ରାମ ପିଛା ଥିବାବେଳେ, ରୂପା ପ୍ରତି କିଗ୍ରା ପିଛା ୫୦,୪୬୦ ଟଙ୍କା ରହିଥିଲା । ବଜାର ସୂତ୍ର ମୁତାବକ, ଶୁକ୍ରବାର ପ୍ରାରମ୍ଭିକ କାରବାର ୧୭ ପଇସା ସୁଧାର ସହିତ ୭୧,୬୭ ଟଙ୍କା ପ୍ରତି ଡଲାର ହୋଇଯାଇଥିବାବେଳେ ଘରୋଇ ସେୟାର ବଜାରରେ ଖୁବ୍ ଭଲ ତଥା ଆମେରିକା ଚୀନ୍ ବ୍ୟାପାର ବାର୍ତ୍ତାରେ ପ୍ରଗତି ପରି ସକରାତ୍ମକ ସଙ୍କେତରୁ ନିବେଶକମାନଙ୍କ କାରବାରରେ ସୁଧାର ଆସିଥିଲା।