ରାତିସାରା ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ନାକେଦମ କଲେ ମଦ୍ୟପ ଯୁବକ, ନଦୀର ମଝିରେ ଖେଳିଲା ଲୁଚକାଳି ଖେଳ

ଯୁବକ ମାତାଲ ଅବସ୍ଥାରେ ମହାନଦୀର ସୁନାଦେଇ ଘାଟରେ ପାଣିରେ ପଶିଗଲେ । ଧମକ ଦେଲେ ଆତ୍ମହତ୍ୟା କରିବେ । ତେବେ ନଦୀ ଭିତରକୁ ପଶିବା ପରେ ପାଣି ବଢିଗଲା । ସେତେବେଳେ ଚେତା ପଶିଲା ଯୁବକଙ୍କର । ବୁଡିଯିବା ଭୟରେ ନଦୀ ପଠାକୁ ଚାଲି ଗଲେ ଆଉ ଫସିଗଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଗାଁର ଅନ୍ୟ ଦୁଇ ଜଣ ଯୁବକ ମଧ୍ୟ ସେଠାରେ ଫସିଗଲେ । 

ବାଙ୍କୀ(କେନ୍ୟୁଜ୍): ମହାନଦୀର ମଝିରେ ଯୁବକଙ୍କ ହାଇଡ୍ରାମା। ରାତି ଅଧରେ ଯୁବକ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ମଧ୍ୟରେ ଚାଲିଲା ଲୁଚକାଳି ଖେଳ । ଗତକାଲି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ବାଙ୍କୀ ଥାନା ଅନ୍ତର୍ଗତ ଭେଡା ରାମଚନ୍ଦ୍ରପୁର ଗାଁର ଚନ୍ଦନ ବେହେରା ନାମକ ଜଣେ ଯୁବକ ମାତାଲ ଅବସ୍ଥାରେ ମହାନଦୀର ସୁନାଦେଇ ଘାଟରେ ପାଣିରେ ପଶିଗଲେ । ଧମକ ଦେଲେ ଆତ୍ମହତ୍ୟା କରିବେ । ତେବେ ନଦୀ ଭିତରକୁ ପଶିବା ପରେ ପାଣି ବଢିଗଲା । ସେତେବେଳେ ଚେତା ପଶିଲା ଯୁବକଙ୍କର । ବୁଡିଯିବା ଭୟରେ ନଦୀ ପଠାକୁ ଚାଲି ଗଲେ ଆଉ ଫସିଗଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଗାଁର ଅନ୍ୟ ଦୁଇ ଜଣ ଯୁବକ ମଧ୍ୟ ସେଠାରେ ଫସିଗଲେ ।

ଖବର ପାଇ ବାଙ୍କୀ ଅଗ୍ନିଶମବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ଉଦ୍ଧାର କରିବା ପାଇଁ ନଦୀ ପଠାରେ ପହଞ୍ଚିବା ପରେ ଯୁବକ ଜଣକ ସେଠାରେ ଲୁଚକାଳି ଖେଳିଲେ । ଅଗ୍ନିଶମ କର୍ମଚାରୀଙ୍କୁ ଧରା ଦେଲେନି । ରାତି ଅନ୍ଧାରରେ ପ୍ରାୟ ଚାରି ଘଣ୍ଟା ଖୋଜା ଖୋଜି କରିବା ପରେ ଯୁବକକୁ ଧରିଲା ବେଳକୁ ଯୁବକ ଜଣକ ପୁଣି ପାଣିକୁ ଡେଇଁ କିଛି ବାଟ ଭାସି ଗଲେ । ତେବେ ଅଗ୍ନିଶମ କର୍ମଚାରୀ ତାକୁ ଗୋଡ଼ାଇ ଗୋଡ଼ାଇ ପାଣିରୁ ଉଦ୍ଧାର କରିଥିଲେ । ପରେ ଚିକିତ୍ସା ପାଇଁ ଯୁବକ ଜଣଙ୍କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆଜି ଭୋର ସମୟରେ ଡାକ୍ତରଖାନାରୁ ଖସି କେଉଁଆଡେ ପଳାଇ ଯାଇଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.