Below header

ଲଗାତାର ୬ ଦିନ ପାଇଁ ଜଳୁଛି ଫ୍ରାନ୍ସ : ସବୁକିଛି ଜାଳିଦେଉଛନ୍ତି ଦଙ୍ଗାକାରୀ, ଗୋଟେ ଦିନରେ ୭୧୯ ଜଣ ଗିରଫ

ଜଳୁଛି ସହର। ପ୍ୟାରିସ ସମେତ ଦେଶର ଅଧିକାଂଶ ସହରରେ ଜଳାପୋଡ଼ା। ଗୋଟିଏ ରାତିରେ ୫୭୭ ଗାଡ଼ି ଜାଳିଦେଇଛନ୍ତି ଦଙ୍ଗାକାରୀ। ୭୪ଟି ବିଲ୍ଡିଂ ଓ ୨୬ଟି ପୋଲିସ ଷ୍ଟେସନରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ୪୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଗୋଟେ ଦିନରେ ୭୧୯ ଜଣ ଗିରଫ ହୋଇଛନ୍ତି।

ଫ୍ରାନ୍ସରେ ଥମୁନି ହିଂସାକାଣ୍ଡ । ଲଗାତାର ୬ ଦିନ ପାଇଁ ଜଳୁଛି ଫ୍ରାନ୍ସ । ଦଙ୍ଗାକାରୀ ଘରଦ୍ୱାରା, ଗାଡ଼ିମୋଟର ସବୁ କିଛି ଜାଳି ଦେଉଛନ୍ତି। ଜଳୁଛି ସହର। ପ୍ୟାରିସ ସମେତ ଦେଶର ଅଧିକାଂଶ ସହରରେ ଜଳାପୋଡ଼ା। ଗୃହଯୁଦ୍ଧ ଭଳି ପରିସ୍ଥିତି ଫ୍ରାନ୍ସରେ ଉପୁଜିଛି । ୨୮୦୦ ଜଣ ଦଙ୍ଗାକାରୀ ଗିରଫ ହୋଇସାରିଲେଣି । ପୋଲିସ ଗୁଳିରେ ନାହେଲ ନାମକ ଜଣେ ୧୭ ବର୍ଷିୟ ନାବାଳକର ମୃତ୍ୟୁର ପ୍ରତିବାଦରେ ଫ୍ରାନ୍ସ ଜଳୁଛି। ହେଲେ ନାହେଲ ଯୋଗୁଁ ଏଭଳି କାଣ୍ଡ ଉପୁଜିନାହିଁ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ।

ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରିଛି ପୋଲିସ। ପ୍ୟାରିସ ମେୟରଙ୍କ ଘର ଉପରେ ଆକ୍ରମଣ କରିଛନ୍ତି ଆନ୍ଦୋଳନକାରୀ। ମେୟର ଘରେ ନଥିବା ବେଳେ ତାଙ୍କ ଘର ଉପରେ କାର ଚଢ଼ାଇ ଦେବା ସହ ନିଆଁ ଲଗାଇ ଦେଇଥିଲେ । ଘର ଉପରେ ରକେଟ୍ ମାଡ଼ କରିଥିଲେ । ତାଙ୍କ ସ୍ତ୍ରୀ ଓ ୨ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେମାନେ ଅଳ୍ପ ଆହତ ହୋଇଛନ୍ତି। ପୋଲିସ ଠିକ ସମୟରେ ପହଞ୍ଚି ଏମାନଙ୍କୁ ଉଦ୍ଧାର କରିଥିଲା।

ଗୋଟିଏ ରାତିରେ ୫୭୭ ଗାଡ଼ି ଜାଳିଦେଇଛନ୍ତି ଦଙ୍ଗାକାରୀ। ୭୪ଟି ବିଲ୍ଡିଂ ଓ ୨୬ଟି ପୋଲିସ ଷ୍ଟେସନରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ୪୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଗୋଟେ ଦିନରେ ୭୧୯ ଜଣ ଗିରଫ ହୋଇଛନ୍ତି।

ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ପାଇଁ ସଙ୍କଟ ଦେଖାଦେଇଛି । ଯେକୌଣସି ପରିସ୍ଥିତିରେ ରାଷ୍ଟ୍ରପତି ଦଙ୍ଗା ଉପରେ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି । ରାଷ୍ଟ୍ରପତିଙ୍କ ଜର୍ମାନୀ ରାଜକୀୟ ଯାତ୍ରାକୁ ସ୍ଥଗିତ କରାଯାଇଛି । ବ୍ୟାପକ ଗିରଫଦାରୀ ଓ ସୁରକ୍ଷାକର୍ମୀଙ୍କ ମୁତୟନ ସତ୍ତ୍ୱେ ଥମୁନି ହିଂସକାଣ୍ଡ। ପୋଲିସ ଗାଡ଼ି ଲୁଟ୍‌ , ଦୋକାନ ଭଙ୍ଗାରୁଜା କରିବା ସହ କାର ଜାଳିଦେଉଛନ୍ତି ପ୍ରଦର୍ଶନକାରୀ । ପୋଲିସ ଫୋର୍ସ ସାମ୍ନାରେ ଚାଲିଛି ଭଙ୍ଗାରୁଜା ପୋଡ଼ାଜଳା। ଏକ ବଡ଼ ଲାଇବ୍ରେରୀକୁ ମଧ୍ୟ ନିଆଁ ଲଗାଦେଇଛନ୍ତି ଉତ୍ତ୍ୟକ୍ତ ଲୋକ। ପୋଲିସ ଉପରକୁ ବାଣ ଫିଙ୍ଗୁଛନ୍ତି । ହିଂସାକାଣ୍ଡରେ ୨୫୦ରୁ ଅଧିକ ପୋଲିସ କର୍ମଚାରୀ ଆହତ ହେଲେଣି।

ସୂଚନାଯୋଗ୍ୟ, ମଙ୍ଗଳବାର ପୋଲିସ ଗୁଳିରେ ନାହେଲ ନାମକ ଜଣେ ୧୭ ବର୍ଷର ଆଲଜେରୀୟ ବାଳକର ମୃତ୍ୟୁକୁ କେନ୍ଦ୍ର କରି ହିଂସାକାଣ୍ଡ ସୃଷ୍ଟି ହୋଇଛି। ବିଶେଷ କରି କମ ବର୍ଷର ପିଲାମାନେ ପୋଲିସ ବିରୋଧରେ ରାସ୍ତାକୁ ଓହ୍ଲାଉଛନ୍ତି। ନାହେଲଙ୍କ ମୃତ୍ୟୁ ପରେ ପୋଲିସ ବ୍ୟବସ୍ଥା ଏବଂ ଜାତିଆଣ ପ୍ରସଙ୍ଗ ଅଭିଯୋଗ ତୀବ୍ର ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.