Below header

ସାବଧାନ! ସୁନ୍ଦର ଦେଖାଯିବା ପାଇଁ ଲଗାଉଛନ୍ତି କି ଲିପଷ୍ଟିକ,ହୋଇପାରେ ଏପରି କ୍ଷତି

ଲିପଷ୍ଟିକରେ ଥିବା କିଛି ତତ୍ୱ ଯେପରିକି, ସୁଗନ୍ଧ ଏବଂ ରଙ୍ଗ ଦ୍ୱାରା ଅନେକ ମହିଳାଙ୍କର ପାର୍ଶ୍ୱ ପ୍ରତିକ୍ରିୟା ହେବାର ସମ୍ଭାବନା ଥାଏ । ଏହି ପାର୍ଶ୍ୱ ପ୍ରତିକ୍ରିୟା ପାଇଁ ଓଠ ପୋଡ଼ିବା ଭଳି ଲାଗିଥାଏ, ଓଠ ଫୁଲିବା ଏବଂ ଲାଲ ପଡ଼ିବା ଭଳି ସମସ୍ୟା ଦେଖାଯାଏ । ଲିପଷ୍ଟିକରେ ଥିବା ପିଗମେଣ୍ଟସ ଗୁଡ଼ିକ ଓଠକୁ ଡ୍ରାଏ କରିଥାଏ । ଏଥିପାଇଁ ମଏଶ୍ଚରାଇଜର ବିନା ଲିପଷ୍ଟିକ ଲଗାନ୍ତୁ ନାହିଁ ।

ସୁନ୍ଦର ଦେଖାଯିବା ପାଇଁ ଯୁବତୀମାନେ ଅନେକ ଉପାୟ ଆପଣାନ୍ତି । ନିଜ ତ୍ୱଚାର ସ୍ୱତନ୍ତ୍ର ଯତ୍ନ ନେବା ପାଇଁ ଅନେକ ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି । ସବୁ ସମୟରେ ପରଫେକ୍ଟ ଲୁକ ପାଇବା ପାଇଁ ମହିଳାମାନେ ବହୁତ କଷ୍ଟ କରିଥାନ୍ତି । ସୁନ୍ଦରତା ବଢାଇବା ପାଇଁ ବିଭିନ୍ନ ପ୍ରଡକ୍ଟସ ମଧ୍ୟରୁ ଲିପଷ୍ଟିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥାଏ । ଏହାକୁ ଲଗାଇବା ଦ୍ୱାରା କେବଳ ମେକଅପ ପୂରା ହୋଇଥାଏ ତାହା ନୁହେଁ ଏହା ଦ୍ୱାରା ଚେହେରାରେ ଚମକ ଆସିଥାଏ ।

ପାଖାପାଖି ସମସ୍ତ ଯୁବତୀମାନେ ପରଫେକ୍ଟ ଲୁକ ପାଇଁ ଲିପଷ୍ଟିକ ଲଗାଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଦୀର୍ଘ ସମୟ ପର୍ଯ୍ୟନ୍ତ ଏବଂ ପ୍ରତ୍ୟେକ ଦିନ ଲିପଷ୍ଟିକ ଲଗାଇବା ଦ୍ୱାରା ଆପଣଙ୍କୁ କ୍ଷତି ପହଞ୍ଚିପାରେ । କାଲିଫୋର୍ଣ୍ଣିଆ ୟୁନିଭର୍ସିଟିର ବର୍କଲେ ସ୍କୁଲ ଅଫ ପବ୍ଲିକ ହେଲ୍ଥ ର ଏକ ଅଧ୍ୟୟନ ଅନୁସାରେ, ଅଧିକତର ଲିପଗ୍ଲସ ଏବଂ ଲିପଷ୍ଟିକରେ କ୍ରୋମିୟମ, ସୀସା, ଆଲୁମିନିୟମ, କାଡେମିୟମ ଭଳି ରାସାୟନିକ ପଦାର୍ଥ ରହିଥାଏ । ଏଭଳି ସ୍ଥିତିରେ ଏହାର ବାରମ୍ବାର ବ୍ୟବହାର କରିବା ଦ୍ୱାରା ଗମ୍ଭୀର ସମସ୍ୟା ହୋଇପାରେ । ତେବେ ଆସନ୍ତୁ ଜାଣିବା ପ୍ରତ୍ୟେକ ଦିନ ଲିପଷ୍ଟିକ ଲଗାଇବା ଦ୍ୱାରା କଣ କ୍ଷତି ହୋଇଥାଏ ।

ଲିପଷ୍ଟିକରେ ଥିବା କିଛି ତତ୍ୱ ଯେପରିକି, ସୁଗନ୍ଧ ଏବଂ ରଙ୍ଗ ଦ୍ୱାରା ଅନେକ ମହିଳାଙ୍କର ପାର୍ଶ୍ୱ ପ୍ରତିକ୍ରିୟା ହେବାର ସମ୍ଭାବନା ଥାଏ । ଏହି ପାର୍ଶ୍ୱ ପ୍ରତିକ୍ରିୟା ପାଇଁ ଓଠ ପୋଡ଼ିବା ଭଳି ଲାଗିଥାଏ, ଓଠ ଫୁଲିବା ଏବଂ ଲାଲ ପଡ଼ିବା ଭଳି ସମସ୍ୟା ଦେଖାଯାଏ । ଲିପଷ୍ଟିକରେ ଥିବା ପିଗମେଣ୍ଟସ ଗୁଡ଼ିକ ଓଠକୁ ଡ୍ରାଏ କରିଥାଏ । ଏଥିପାଇଁ ମଏଶ୍ଚରାଇଜର ବିନା ଲିପଷ୍ଟିକ ଲଗାନ୍ତୁ ନାହିଁ ।

ବିଶେଷ ଭାବେ ଗଭୀର ରଙ୍ଗ ଏବଂ ଦୀର୍ଘ ସମୟ ଧରି ରହୁଥିବା ଲିପଷ୍ଟିକ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଓଠର ପ୍ରାକୃତିକ ରଙ୍ଗ ରହିବ ନାହିଁ । ଏଭଳି ସମସ୍ୟା ସେତେବେଳେ ହୋଇଥାଏ ଯେତେବେଳେ ଦିନରେ ଲଗାଇଥିବା ଲିପଷ୍ଟିକକୁ ଆପଣ ରାତିରେ ସଫା ନକରି ଶୋଇଥାନ୍ତି ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଲିପଷ୍ଟିକ ଲଗାତାର ବ୍ୟବହାର କରିବା ଦ୍ୱାରା ଆମ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପଡ଼ିଥାଏ । କାରଣ ଲିପଷ୍ଟିକରେ ଥିବା ଲେଡ ନାମକ କେମିକାଲ ମସ୍ତିଷ୍କ ସମ୍ବନ୍ଧୀୟ ହେଉଥିବା କ୍ଷତିର କାରଣ ହୋଇଥାଏ । ଲେଡ ସ୍ମୃତିଶକ୍ତି ହ୍ରାସ କରିବାରେ ଏବଂ ନର୍ଭ ଟ୍ରାନ୍ସମିଶନକୁ ପ୍ରଭାବିତ କରିଥାଏ । ଏହା ଦ୍ୱାରା ଏକାଗ୍ରତା ରେ ମଧ୍ୟ ସମସ୍ୟା ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.