ଜାଣନ୍ତୁ ଚାଣକ୍ୟ ନୀତି ଅନୁସାରେ ଗୁରୁ କେମିତି ହେବା ଉଚିତ୍‌

ବରୁଣ ଧାଓ୍ଵନ ଓ ଆଟେଲଙ୍କର ଏକାସହିତ ଏକ ଆକ୍ସନରେ ଭରପୁର ଫିଲ୍ମ ଆସିବା ପାଇଁ ଯାଉଛି । ଏହି ବିଷୟରେ ବରୁଣ ସୋସିଆଲ ମିଡିଆରେ ସେୟର କରିଛନ୍ତି । ଫିଲ୍ମଟି ୩୧ ମେ ୨୦୨୪ ରେ ରିଲିଜ ହେବ ।

ଚାଣକ୍ୟ ଥିଲେ ଜଣେ ରାଜନୀତିଜ୍ଞ, ଅର୍ଥଶାସ୍ତ୍ରୀ, ପରମ ଜ୍ଞାନୀ । ସେ ଥିଲେ  ଜଣେ ମହାନ ଓ ଶ୍ରେଷ୍ଠ ଗୁରୁ । ସେ ତାଙ୍କ ନୀତିବାଣୀ ଯୋଗୁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଭଳି ସାଧାରଣ ବାଳକକୁ ଭାରତର ସମ୍ରାଟ କରାଇ ପାରିଥିଲେ । ଚାଣକ୍ୟଙ୍କ ନୀତିବାଣୀକୁ ମାନିବା ଦ୍ୱାରା ଜୀବନରେ ଅନେକ ସ୍ଥାନରେ ସଫଳତା ମିଳିଥାଏ ।

ଚାଣକ୍ୟ ନିଜ ନୀତିରେ କହିଛନ୍ତି ଯେ ସେ ଜଣେ ଶ୍ରେଷ୍ଠ ଗୁରୁ । ଗୁରୁ ସେ ହୋଇଥାଏ ଯିଏ ଭଗବାନଙ୍କ ସହ ମିତ୍ରତା କରିଥାଏ । ଜୀବନରେ ସଫଳ ହେବା ପାଇଁ ଗୁରୁ ନିହାତି ଦରକାର ହୋଇଥାନ୍ତି । ଜୀବନରେ ଯଦି ସଠିକ୍‌ ଗୁରୁ ମିଳିଯାଇଥାଏ ତ ସେ ଭଗବାନଙ୍କ ସହ ସମାନ ହୋଇଥାଏ ।

ଗୁରୁ କେମିତି ହେବା ଉଚିତ୍‌ :

ଚାଣକ୍ୟଙ୍କ ନୀତି ଅନୁସାରେ ଏକ ଭଲ ଗୁରୁ ମିଳିଗଲେ ଜୀବନର ସମସ୍ତ ସ୍ଥାନରେ ସଫଳତା ମିଳିଥାଏ । ଯଦି କପଟି ଓ ଛଳ କରୁଥିବା ମଣିଷ ଗୁରୁ ଭାବେ ଜୀବନରେ ମିଳନ୍ତି ତ ଶିଷ୍ୟର ଜୀବନ ବ୍ୟର୍ଥ ହୋଇଥାଏ । ଜଣେ ଭଲ ଗୁରୁ ସେହି ହୋଇଥାଏ ଯାହା ମଧ୍ୟରେ ଲୋଭ, ମୋହ, ଓ ଅହଙ୍କାର ଭଳି ଖରାପ ଗୁଣ ରହିନଥାଏ । ଯେଉଁ ବ୍ୟକ୍ତି ମଧ୍ୟରେ କର୍ମ ପ୍ରତି ନିଷ୍ଠାପର ଭାବ ରହିଥାଏ ଓ ଧର୍ମ, ନୀତିର ପାଳନ କରି ନିଜ କାମ କରୁଥିବା । ସେହି ବ୍ୟକ୍ତି ହିଁ ଗୁରୁ ହେବାର ଅସଲ ହକଦାର ହୋଇଥାଏ ।

ଚାଣକ୍ୟଙ୍କ ନୀତିରେ କୁହାଯାଇଛି, ଯେଉଁଭଳି ପାଣିକୁ ଛାଣିକି ପିଇବା ଉଚିତ୍‌ ସେହିଭଳି ଜୀବନରେ ଦେଖିକି ସମ୍ପର୍କ ବନେଇବା ଦରକାର ହୋଇଥାଏ । ଚାଣକ୍ୟଙ୍କ ନୀତିରେ ରହିଛି କି ମଣିଷ ନିଜ ଭୁଲରୁ ହିଁ ଶିଖିଥାଏ । ସେଥିପାଇଁ ଗୁରୁ ଚାହିଁଥାନ୍ତି କି ସେ ଯେଉଁ ଭୁଲ କରିଛନ୍ତି ସେହି ଭୁଲ କେବେବି ତାଙ୍କ ଶିଷ୍ୟ ନ କରୁ । ଗୁରୁ ଶିଷ୍ୟ ମଧ୍ୟରେ ଥିବା କମିକୁ ପୁରା କରିଥାଏ, ତାକୁ ଏକ ଭଲ ମଣିଷ ବନେଇଥାଏ ।

ଭଲ ଗୁରୁ କେମିତି ହୋଇଥାନ୍ତି :

ଯେଉଁ ବ୍ୟକ୍ତି ସଂସାରରେ ରହି ମଧ୍ୟ ଇଚ୍ଛା, ଲୋଭ ଓ ଆକାଂକ୍ଷା ଆଦିରୁ ମୁକ୍ତ ରହିଥାଏ, ସେହି ବ୍ୟକ୍ତି ହିଁ ଗୁରୁ ହେବା ଉଚିତ୍‌ । ଯେଉଁ ଗୁରୁ ନିଜ ଇନ୍ଦ୍ରୀୟକୁ ନିଜ ଅଧିନରେ ରଖିଥାଏ  ସେହି ଗୁରୁ ହିଁ ନିଜ ଶିଷ୍ୟକୁ ଅନ୍ଧକାରରୁ ବାହାର କରି ଆଲୋକକୁ ନେବାରେ ସଫଳ ହୋଇଥାଏ । ଗୁରୁର ଦାୟିତ୍ୱ ବହୁତ ବଡ ହୋଇଥାଏ । ସମାଜ ଓ ରାଷ୍ଟ୍ରର କଲ୍ୟାଣ ପାଇଁ ଗୁରୁଙ୍କ ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.