କାମ୍ବୋଡିଆ ନାଇଟ୍‌ କ୍ଲବରେ ନିଆଁ, ୮ ମୃତ

କାମ୍ବୋଡିଆ ନାଇଟ୍‌ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗିବା ଯୋଗୁଁ ୮ ଜଣ ମୃତ୍ୟୁବରଣ କରିଥିବା ବେଳେ ଅନେକ ଆହତ ହୋଇଛନ୍ତି । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ଅନେକ ଘଣ୍ଟା ସମୟ ଲାଗିଥିଲା ।

କାମ୍ବୋଡିଆର ରାଜଧାନୀ ନେମ ପେହ୍ନ ନାମକ ନାଇଟ କ୍ଲବରେ ନିଆଁ ଲାଗି ୮ ଜଣଙ୍କର ମୃତ୍ୟୁ ହୋଇଛି । ସାଉଥ ଚାଇନା ମର୍ନିଂ ପୋଷ୍ଟ ସୂଚନା ଅନୁସାରେ, ନିଆଁରେ ପୋଡି ହୋଇ ଯାଇଥିବା ମୃତକଙ୍କ ମଧ୍ୟରେ ୬ ଜଣ ଚୀନ ନାଗରିକ ଏବଂ ୨ ଜଣ ଭିଏତନାମ ନାଗରିକ ସାମିଲ ।

ପୋଲିସ କହିବା ମୁତାବକ, ନେମ ପେହ୍ନ ସହର ୬୯୬୯ ନାଇଟ କ୍ଲବରେ ସ୍ଥାନୀୟ ସମୟାନୁସାରେ ୫ଟାରେ ନିଆଁ ଲାଗିଯାଇଥିଲା । ନିଆଁ ୫ମ ମହଲାରେ ଲାଗିଥିଲା । ତେବେ ନିଆଁ କେମିତି ଲାଗିଲା, ତାହାର ଯାଞ୍ଚ ଚାଲିଛି ।
ନିଆଁକୁ ଆୟତ୍ତ କରିବା ପାଇଁ ଅନେକ ଘଣ୍ଟା ଲାଗିଥିଲା । ପୋଲିସ ପ୍ରାରମ୍ଭିକ ଯାଞ୍ଚରୁ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିବା କଥା କହିଛି । ତେବେ କିଛି ଜଳିପୋଡି ମରିଥିବା ବେଳେ ଅନ୍ୟ କେତେକ ଅମ୍ଳଜାନ ଅଭାବ ଯୋଗୁଁ ମରିଯାଇଛନ୍ତି ।

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବରରେ ଥାଇ-ଭିଏତନାମା ସୀମାରେ ଥିବା ଏକ କ୍ୟାସିନୋରେ ନିଆଁ ଲାଗିଯାଇଥିଲା । ଯେଉଁଥିରେ ୨୬ ଜଣ ଲୋକ ମରିଯାଇଥିଲେ । ଏଠାରେ ମଧ୍ୟ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା । ୨୦୨୨ରେ ୪୫୪ ଟି ନିଆଁଜନିତ ଦୁର୍ଘଟଣା ମାମଲା ଦାଏର ହୋଇଛି । ଯେଉଁଥିରେ ୪୨ ଲୋକ ମରିଥିବା ବେଳେ ଅନ୍ୟ ୫୫ ଜଣ ଲୋକ ଆହତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.