Below header

ଜରିମାନା ଆଦାୟକୁ ବନ୍ଦ କରିବା ପାଇଁ ଆସନ୍ତା ୧୨ ତାରିଖରେ କଟକରେ ହେବ ବିଶାଳ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

କଟକ ଜନସାଧାରଣଙ୍କୁ ସରକାର ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ପାରୁନଥିବା ବେଳେ ନୂତନ ମୋଟର ଯାନ ଟିକସ ଲାଗୁ କରିବାକୁ ବିରୋଧ କରିଛି କଟକ ନଗର କଂଗ୍ରେସ । ଏହାକୁ ସପିଆଇ, ସିପିଆଇଏମ ଓ ଓଡିଶା ସୁରକ୍ଷା ସେନା ମଧ୍ୟ ଏହାକୁ ସମର୍ଥନ କରିଛନ୍ତି । କଟକ ସହରରେ ଜାଇକା କାମ ଚାଲିଥିବାବେଳେ ରାସ୍ତାଘାଟ ଅବସ୍ଥା ଶୋଚନୀୟ ହୋଇପଡିଛି । କଟକ ସହରରେ ଦାଦାବଟି, ଛିନ୍ତାଇ, ବୋମାମାଡ ଭଳି ଘଟଣା ଘଟୁଥିବାବେଳେ ପୋଲିସ ଏହାକୁ ଅଣଦେଖା କରି ଗାଡିମୋଟର ଠାରୁ ଚଢ଼ା ଫାଇନ୍‌ ଆଦାୟ କରୁଥିବା ଅଭିଯୋଗ ହୋଇଛି। ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ଲୋକେ ଘରୁ ଗାଡି ବାହାର କରିବାକୁ ଭୟ କରୁଛନ୍ତି ।

ଭୁବନେଶ୍ୱରରେ ଘଟିଥିବା ପୋଲିସ- ଜନତା ଖଣ୍ଡଯୁଦ୍ଧକୁ ମଧ୍ୟ ନାପସନ୍ଦ କରିଛନ୍ତି ଏହି ସମସ୍ତ ଦଳ। ଓଡିଶାର ପଡୋଶୀ ରାଜ୍ୟ ଏହି ଆଇନକୁ ନିଜ ନିଜ ରାଜ୍ୟରେ କାର୍ଯ୍ୟକାରୀ କରି ନଥିବାବେଳ ଓଡିଶା ସରକାର କାହିଁକି ପର୍ଯ୍ୟାଲୋଚନା ନକରି ଗ୍ରହଣ କଲେ ବୋଲି ମହମ୍ମଦ ମୋକିମ ପ୍ରଶ୍ନ କରିଛନ୍ତି । ଆଗକୁ ପାର୍ବଣ ଋତୁ ଆସୁଥିବାବେଳେ ତୁରନ୍ତ ଏହି ଜରିମାନା ଆଦାୟକୁ ବନ୍ଦ କରିବାକୁ ସେ ଦାବି କରିଛନ୍ତି। ଏହାର ପ୍ରତିବାଦରେ ଆସନ୍ତା ୧୨ ତାରିଖରେ କଟକ ସହରରେ ଏକ ଶାନ୍ତିପୂର୍ଣ୍ଣ ବିଶାଳ ଶୋଭାଯାତ୍ରା କରାଯିବା ସହ ପୋଲିସ ଡିଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କୁହାଯାଇଛି ।

ଏପଟେ ଆସନ୍ତା ୩ ମାସ ପର୍ଯ୍ୟନ୍ତ ଟ୍ରାଫିକ ଚେକିଂ କଡାକଡ଼ି ନକିରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ  ଦେବା ପରେ କଣ ହେବ ଏ  ଆନ୍ଦେଳନର ଆଭିମୁଖ୍ୟ ଏବେ ତାହା ଉପରେ ସମସ୍ତଙ୍କ ନଜର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.