ଆଳୁ କୁଇଣ୍ଟାଲକୁ ୫୦୦ ଟଙ୍କା! ଉପଯୁକ୍ତ ବଜାର ମୂଲ୍ଯ ଏବଂ ସଂରକ୍ଷଣର ସୁବିଧା ନଥିବାରୁ କ୍ଷତିଗ୍ରସ୍ତ ହେଉଛନ୍ତି ଚାଷୀ

ଆଳୁ ଏକ ଏମିତି ପରିବା,ଯେଉଁ ପରିବା ସମସ୍ତ ବ୍ୟଞ୍ଜନର ଶିରୋନାମା ବନିଥାଏ,ମାତ୍ର ଏହି ଆଳୁ ଚାଷ କରି ନିଜର ଜୀବିକା ପ୍ରତିପୋଷଣ କରୁଥିବା ଉତ୍ତର ବାଲେଶ୍ବର ର ହଜାର ହଜାର ଆଳୁଚାଷୀ ଏବେ ଦୁର୍ଦ୍ଦିନରେ ଗତି କରୁଛନ୍ତି। ଉପଯୁକ୍ତ ବଜାର ବ୍ୟବସ୍ଥା ଏବଂ ସଂରକ୍ଷଣର ସୁବିଧା ନଥିବାରୁ ଏହି ଚାଷ ଉପରୁ ମୁହଁ ଫେରାଉଛନ୍ତି ଆଳୁଚାଷୀ ।

ଜଳେଶ୍ବର(କେନ୍ୟୁଜ୍): ଆଳୁ ଏକ ଏମିତି ପରିବା,ଯେଉଁ ପରିବା ସମସ୍ତ ବ୍ୟଞ୍ଜନର ଶିରୋନାମା ବନିଥାଏ,ମାତ୍ର ଏହି ଆଳୁ ଚାଷ କରି ନିଜର ଜୀବିକା ପ୍ରତିପୋଷଣ କରୁଥିବା ଉତ୍ତର ବାଲେଶ୍ବର ର ହଜାର ହଜାର ଆଳୁଚାଷୀ ଏବେ ଦୁର୍ଦ୍ଦିନରେ ଗତି କରୁଛନ୍ତି। ଉପଯୁକ୍ତ ବଜାର ବ୍ୟବସ୍ଥା ଏବଂ ସଂରକ୍ଷଣର ସୁବିଧା ନଥିବାରୁ ଏହି ଚାଷ ଉପରୁ ମୁହଁ ଫେରାଉଛନ୍ତି ଆଳୁଚାଷୀ ।

ବାଲେଶ୍ବର ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ଚିରସ୍ରୋତା ସୁବର୍ଣ୍ଣରେଖା ନଦୀ । ଏହି ନଦୀ ଅବବାହିକା ଅଞ୍ଚଳ ଆଳୁଚାଷ ପାଇଁ ବେଶ ଅନୁକୁଳ ହୋଇଥାଏ। ନଦୀ ଅବବାହିକା ଅଞ୍ଚଳ ର ମାଟି ଉର୍ବର ହୋଇ ଥିବାରୁ ଏହି ମାଟିରେ ଆଳୁ ଭଲ ଫଳିଥାଏ । ଏହା ସହିତ ପ୍ରତିବର୍ଷ ବନ୍ୟା ଆସିବା ଫଳରେ ବନ୍ୟା ପାଣିରେ ଆସୁଥିବା ପଟୁମାଟି ଏଠାକାର ଚାଷଜମିକୁ ଅଧିକ ଉର୍ବର କରିଥାଏ। ଯାହା ଫଳରେ ନଦୀର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଆଳୁ ସମେତ ବିଭିନ୍ନ ପନି ପରିବା ପ୍ରଚୁର ପରିମାଣରେ ଫଳିଥାଏ। ସୁବର୍ଣ୍ଣରେଖା ନଦୀ ଅବବାହିକା ରେ ଥିବା ବାଲିଆପାଳ , ବସ୍ତା , ଜଳେଶ୍ବର ଏବଂ ଭୋଗରାଇ ବ୍ଲକ ରେ ଅଧିକ ପରିମାଣରେ ଆଳୁଚାଷ ହୋଇଥାଏ,ଏହି ଅଞ୍ଚଳରେ ଉର୍ବର ଜମିରୁ ପ୍ରଚୁର ପରିମାଣରେ ଆଳୁ ଅମଳ ହେଉଥିବାରୁ ଚାଷୀମାନେ ଏହି ଚାଷକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି।

patato

ମାତ୍ର ଆଳୁ ଅମଳ ପରେ ସଂରକ୍ଷଣର ବ୍ଯବସ୍ଥା ଏବଂ ଉପଯୁକ୍ତ ବଜାର ସୁବିଧା ନଥିବାରୁ ବହୁ କମ୍ ଦରରେ ପଶ୍ଚିମବଙ୍ଗ ବ୍ୟବସାୟୀଙ୍କୁ ବିକ୍ରି କରି ବାରମ୍ବାର କ୍ଷତି ସହୁଛନ୍ତି ଅଞ୍ଚଳର ଆଳୁ ଚାଷୀ। ଯଦି ଏହି ଅଞ୍ଚଳରେ ଶୀତଳ ଭଣ୍ଡାର ଥାନ୍ତା ତାହାହେଲେ ଏହି ଆଳୁକୁ ସଂରକ୍ଷିତ ରଖି ଉପଯୁକ୍ତ ଦରରେ ବିକ୍ରି କରି ଦିପଇସା ଲାଭ କରି ପାରନ୍ତେ ବୋଲି କହିଛନ୍ତି ଚାଷୀ। ବର୍ତ୍ତମାନ ଆଳୁ ଅମଳ ସମୟ ହୋଇଥିବା ବେଳେ ସଂରକ୍ଷଣ ବ୍ଯବସ୍ଥା ନଥିବାରୁ ଚାଷୀମାନେ ବାଧ୍ଯ ହୋଇ କୁଇଣ୍ଟାଲ ପିଛା ୫ ରୁ ୭ ଶହ ଟଙ୍କାରେ ବ୍ଯବସାୟୀ ଙ୍କୁ ବିକ୍ରି କରୁଛନ୍ତି ।

ଆଳୁ ଚାଷ ପାଇଁ ମୁଖ୍ୟତଃ ମାର୍ଗଶୀର ମାସରୁ ପୌଷ ମାସ ମଧ୍ୟରେ ଉପଯୁକ୍ତ ସମୟ ହୋଇଥାଏ। ଏହି ସମୟରେ ମାଟିର ଆଦ୍ରତା ରହିଥିବାରୁ ଆଳୁମଞ୍ଜିରୁ ବାହରୁ ଥିବା ଗଜା ମାଟିକୁ ଭଲଭାବରେ ଧରି ରଖିଥାଏ। ମାତ୍ର ଚଳିତ ବର୍ଷ ସେପ୍ଟେମ୍ବର ମାସ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବର୍ଷା ହୋଇ ନଥିବା ସହ ସରକାରୀ ବିହନ ମିଳିବାରେ ବିଳମ୍ବ ହେବା କାରଣରୁ ଚାଷୀମାନେ ବିଳମ୍ବରେ ଚାଷ ଆରମ୍ଭ କରିଥିଲେ। ଯାହା ଫଳରେ ଅମଳ ଭଲ ହୋଇ ନଥିବା କହିଛନ୍ତି ଚାଷୀ,ଆଳୁ ଚାଷ ପାଇଁ ସରକାରୀ ବିହନ ବ୍ୟତିତ ପଶ୍ଚିମବଙ୍ଗର ଚନ୍ଦ୍ରକଣା,ଗଡବେତା ରୁ ବିହନ ଆଣିଥାନ୍ତି ଏହି ଅଞ୍ଚଳ ର ଚାଷୀ।

farmer

ବିଶେଷ କରି ଏହି ଅଞ୍ଚଳରେ ଏସ ଏସ ପଞ୍ଜାବ, କେ-22 ଏବଂ ରେଙ୍ଗୁ କିଶମର ଆଳୁ ଚାଷ କରିଥାନ୍ତି ଚାଷୀ। ଡେସିମିଲ ପିଛା ୫ ବସ୍ତା ଆଳୁ ଲଗାଇଲେ ୧୦ ରୁ ୧୫ କୁଇଣ୍ଟାଲ ଆଳୁ ଅମଳ କରିଥାନ୍ତି। ମାତ୍ର ଚଳିତ ବର୍ଷ ବିଳମ୍ବିତ ଚାଷ ଏବଂ ବର୍ଷା ଅଭାବ କାରଣରୁ ଡେସିମିଲ ପିଛା କେବଳ ୫ କୁଇଣ୍ଟାଲ ଆଳୁ ଅମଳ କରିବା ମୁସ୍କିଲ ହୋଇ ପଡିଛି। ଯାହାପାଇଁ ଖର୍ଚ୍ଚ ଠାରୁ ଅମଳ କମ ହୋଇଛି ବୋଲି କହିଛନ୍ତି ଚାଷୀ। ଅମଳ ଆଳୁକୁ ସଂରକ୍ଷିତ କରି ରଖିବା ପାଇଁ ଶୀତଳ ଭଣ୍ଡାର ନଥିବାରୂ ସ୍ଥାନୀୟ ହାଟ ବଜାରରେ ଖୁଚୁରା ବିକିବା ସହିତ ବହୁ କମ ଦରରେ ପଶ୍ଚିମବଙ୍ଗ ବ୍ୟବସାୟୀ ମାନଙ୍କୁ ବିକ୍ରି କରି କ୍ଷତିଗ୍ରସ୍ତ ହେଉଛନ୍ତି ଚାଷୀ।

ଏହି ଅଞ୍ଚଳ ରେ ପ୍ରଚୁର ପରିମାଣରେ ଆଳୁ ଚାଷ ହେଉଥିବା ବେଳେ ସଂରକ୍ଷଣ ବ୍ଯବସ୍ଥା ନଥିବାରୁ ଉତ୍ପାଦିତ ଆଳୁ କୁ ବାଧ୍ଯ ହୋଇ ବହୁ କମ୍ ମୂଲ୍ୟରେ ପଶ୍ଚିମବଙ୍ଗ ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି। ଯଦି ଶୀତଳ ଭଣ୍ଡାର ଥାନ୍ତା ତାହାହେଲେ ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡି ନଥାନ୍ତା। ତେଣୁ ଏହି ଅଞ୍ଚଳରେ ଶିତଳ ଭଣ୍ଡାର ନିର୍ମାଣ ପାଇଁ ଦାବି କରିଛନ୍ତି ଚାଷୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.