ବ୍ରାଣ୍ଡ ଅସଲି କିନ୍ତୁ ମଦ ନକଲି, ସମ୍ବଲପୁରର ବିଦେଶୀ ଲିକର୍‌ କାରଖାନା ଉପରେ ଅଚାନକ ଚଢ଼ାଉ

କୋଲକାତାରୁ ନକଲି ବିଦେଶୀ ମଦ ତିଆରି ସାମଗ୍ରୀ ଆସୁଥିଲା । ରାନିଖିଣ୍ଡା ଗାଁରେ ନକଲି ବିଦେଶୀ ମଦ ପ୍ରସ୍ତୁତ କରି ବରଗଡ଼, ସୋନପୁର, ବରପାଲି ସହ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏସବୁର କାରବାର ଚାଲିଥିଲା ।

ସମ୍ବଲପୁର(କେନ୍ୟୁଜ୍): ବ୍ରାଣ୍ଡ ଅସଲି, ମଦ ନକଲି । ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ। ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା। ସମ୍ବଲପୁର ଉପକଣ୍ଠ ରାନିଖିଣ୍ଡା ଗାଁରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ମଦ ଓ ମଦ ତିଆରିରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି।

୧୬ହଜାର ୨୦୦ ଲିଟର ନକଲି ବିଦେଶୀ ମଦ, ପଞ୍ଚିଂ ମେସିନ୍‌ , ସ୍ପିରିଟ ଓ ନକଲି ଅବକାରୀ ଲେବଲ ଜବତ କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ସରୋଜ ବେହେରାକୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଯଶପାଲ ସିଂ ଫେରାର ଅଛି। କୋଲକାତାରୁ ନକଲି ବିଦେଶୀ ମଦ ତିଆରି ସାମଗ୍ରୀ ଆସୁଥିଲା । ରାନିଖିଣ୍ଡା ଗାଁରେ ନକଲି ବିଦେଶୀ ମଦ ପ୍ରସ୍ତୁତ କରି ବରଗଡ଼, ସୋନପୁର, ବରପାଲି ସହ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏସବୁର କାରବାର ଚାଲିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.