ଜଳୁଛି ଦୁର୍ଗାପୁର ପାହାଡ଼; ପାଉଁଶ ଏବଂ ଧୂଆଁରେ ଆଚ୍ଛାଦିତ ରାଉରକେଲା ସହର

ରାଉରକେଲା (କେନ୍ୟୁଜ): ଜଳୁଛି ଦୁର୍ଗାପୁର ପାହାଡ଼। ଯାହାକୁ ନେଇ ପାଉଁଶ ଏବଂ ଧୂଆଁରେ ଆଚ୍ଛାଦିତ ରାଉରକେଲା ସହର । ଘରଦ୍ୱାର ଯୁଆଡେ ଦେଖିବ ଖାଲି ଧୂଆଁ ଓ ଧଳା ପାଉଁଶ । ତଥାପି ବନବିଭାଗ ଦ୍ୱାରା ନିଆଁ ଲିଭାଇବାକୁ ସେମିତି କୌଣସି ବିଶେଷ ପଦକ୍ଷେପ ନିଆ ଯାଉନଥିବାରୁ ଜନ ଅସନ୍ତୋଷ ବଢୁଛି । ବିଗତ ଦୁଇ ଦିନ ହେବ ଜଳୁଛି ଦୁର୍ଗାପୁର ରିଜର୍ଭ ଫରେଷ୍ଟ । ଗୋଟେ ପରେ ଗୋଟେ ଜାଗାରେ ଲାଗୁଛି ନିଆଁ ।

ଏହି ନିଆଁରେ ମୂଲ୍ୟବାନ ଗଛ ସହ ଜଙ୍ଗଲରେ ରହୁଥିବା ଜୀବଜନ୍ତୁ ପୋଡି ଛାରଖାର ହେଇଗଲେଣି । ତଥାପି ଚେତା ପସୁନି ବନବିଭାଗ ଅଧିକାରୀଙ୍କର । ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସ୍ୱତନ୍ତ୍ର ପାଣ୍ଠି ରହିଥିବା ବେଳେ ନିଆଁ ଲିଭାଇବାକୁ ବନବିଭାଗର ସ୍ୱତନ୍ତ୍ର ସ୍କ୍ଵାଡ ରହିଛନ୍ତି । ସେମାନଙ୍କୁ ତାଲିମ ମଧ୍ୟ ଦିଆଯାଇଛି । ତେବେ ପ୍ରଶ୍ନ ଉଠୁଛି, ସେହି ସ୍ୱତନ୍ତ୍ର ତାଲିମ ପାଇଥିବା ବନବିଭାଗର କର୍ମଚାରୀମାନେ ଏପରିସ୍ଥିତିରେ ଗଲେ କୁଆଡ଼େ ।

ତେବେ ନିଆଁ ଲଗାଇଥିବା ବ୍ୟକ୍ତି ଏବଂ ନିଆଁ ଲାଗିଥିବା ସ୍ଥାନ ସମ୍ପର୍କରେ ଜଙ୍ଗଲ ବିଭାଗକୁ ଖବର ଦେଲେ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ରାଉରକେଲା ଡିଏଫ୍‌ଓ ଯଶୋବନ୍ତ ସେଠୀ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.