ବହୁତ ସହଜ ଉପାୟରେ ବନାନ୍ତୁ ଟେଷ୍ଟି ଗାଜର ମୂଳା ଆଚାର, ପରଟା ରୁଟି ଭାତ ସହିତ ଲାଗିବ ଭାରି ସୁଆଦିଆ

ଏବେ ବଜାରରେ ଗାଜର ଆଉ ମୂଳା ବି ମିଳୁଛି। ଆପଣ ଏହାକୁ କିଣିଆଣି ବହୁତ ସ୍ୱାଦିଷ୍ଟ ଆଚାର ବନାଇ ପାରିବେ। ଏଥିପାଇଁ ଆପଣଙ୍କୁ କେବଳ କିଛି ସିମ୍ପଲ ଉପାୟକୁ ଫଲୋ କରିବାକୁ ପଡିବ। ଏହା ସ୍ୱାଦିଷ୍ଟ ସହିତ ପାଚନ କ୍ରୀୟାକୁ ବି ଭଲ ରଖିଥାଏ। ତାହେଲେ ଆସନ୍ତୁ ଜାଣିବା କିଛି ସହଜ ତରିକା ଏହାକୁ ବନାଇବେ କିପରି।

ଆବଶ୍ୟକ ସାମଗ୍ରୀ

ଗାଜର, ମୂଳା, ସୋରିଷ, ଲାଲ ଲଙ୍କା, ଲେମ୍ବୁ ରସ, ସୋରିଷ ତେଲ ଏବଂ ଲୁଣ

କେମିତି ବନାଇବେ ଜାଣନ୍ତୁ

  1. ସର୍ବପ୍ରଥମେ ଗାଜର ଏବଂ ମୂଳାକୁ ଭଲଭାବେ ଧୋଇ ସଫା କରିଦିଅନ୍ତୁ। ଏହାପରେ ଏହି ଦୁଇଟାକୁ ଲମ୍ବା ଲମ୍ବା କରି କାଟିଦିଅନ୍ତୁ।
  2. ଗାଜର ଏବଂ ମୂଳାକୁ କିଛି ସମୟ ପାଇଁ ସୁଖିବା ପାଇଁ ଛାଡି ଦିଅନ୍ତୁ। ଏହାକୁ କିଛି ସମୟ ପାଇଁ ଖରାରେ ରଖିଦିଅନ୍ତୁ। ଏମିତି କରିବା ଦ୍ୱାରା ସୁଖି ବି ଯିବ ଆଉ ବହୁତ ଅଧିକ ଦିନ ପର୍ଯ୍ୟନ୍ତ ରହି ବି ପାରିବ।
  3. ଏବେ ଏକ ବଡ ପାତ୍ରରେ ଗାଜର ମୂଳାକୁ ନେଇ ସେଥିରେ ସୋରିଷ ପାଉଡର ଏବଂ ଲାଲ ଲଙ୍କା ପାଉଡର, ହଳଦି, ହେଙ୍ଗୁ, ଲେମ୍ବୁ ରସ ପକାଇ ମିଶାଇ ଦିଅନ୍ତୁ। ଏହାକୁ ଭଲଭାବେ ମିକ୍ସ କରିଦିଅନ୍ତୁ।
  4. ଏବେ ଏଥିରେ ସୋରିଷ ତେଲ ପକାଇ ଦିଅନ୍ତୁ। ଆପଣ ଏହି ଆଚାରକୁ ୨-୩ ଦିନ ପାଇଁ ଖରାରେ ରଖିଦିଅନ୍ତୁ। ଯେଉଁ ଡବାରେ ରଖିବେ ତାର ଠିପି ନଦେଇ ତାକୁ କଟନ କପଡାରେ ବାନ୍ଧି ଦିଅନ୍ତୁ।
  5. ଦୁଇ ରୁ ତିନି ଦିନ ପରେ ଏହି ଆଚାର ଏକଦମ ରେଡି ହୋଇଯିବ। ଆପଣ ଏହାକୁ ଖାଇଲାବେଳେ ସର୍ଭ ବି କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.