Below header

ଦିନ ଦ୍ବିପହରରେ ଦୁଇ ଭାଲୁ ଛୁଆଙ୍କୁ ପିଠିରେ ବସାଇ ବୁଲୁଛି ମା’ ଭାଲୁ !

ନବରଙ୍ଗପୁର (କେନ୍ୟୁଜ): ଦିନ ଦ୍ବୀପହରରେ ଦୁଇ ଭାଲୁ ଛୁଆଙ୍କୁ ପିଠିରେ ବସାଇ ରାସ୍ତା କଡରେ ବୁଲୁଛି ମା’ ଭାଲୁ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକର ସିନ୍ଧିଗୁଡା ରାସ୍ତାରେ ମା’ ଭାଲୁ ସହିତ ଦୁଇଟି ଭାଲୁ ଛୁଆ ରାସ୍ତାପାର କରିଥିଲେ। ମା’ ଭାଲୁ ପିଠିରେ ଦୁଇଟି ଭାଲୁଛୁଆ ରାସ୍ତା ପାର ହେଉଥିବା ଦୃଶ୍ୟ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହୋଇଛି।

bear

ମା’ ଭାଲୁ ପିଠି ଉପରେ ଦୁଇଟି ଛୁଆଭାଲୁ ଜାବୁଡି ଧରି ବସିଥିଲେ। ସେହି ଦୁଇଟି ଭାଲୁଛୁଆକୁ ପିଠି ଉପରେ ବସାଇ ମା’ ଭାଲୁ ଅତି ସହଜରେ ରାସ୍ତା ପାର ହୋଇଥିଲା। ନନ୍ଦାହାଣ୍ଡି ବ୍ଲକକୁ ନବରଙ୍ଗପୁରରୁ ସଦର ମହକୁମା ସହ ସଂଯୋଗ କରୁଥିବା ଏହି ମୁଖ୍ୟରାସ୍ତା ପାର୍ଶ୍ୱ ରେ ଥିବା ଜଙ୍ଗଲ ନିକଟରେ ଦିନ ଦ୍ବୀପହରରେ ଏହି ମା ଭାଲୁ ନିଜ ଦୁଇ ଛୁଆ କୁ ପିଠି ରେ ଧରି ବୁଲା ବୁଲି କରି ପିଚୁରାସ୍ତା ପାର କରି ଜଙ୍ଗଲ ଭିତରକୁ ଚାଲିଯାଇଥିଲା।

ତେବେ ଏହି ମା ଭାଲୁ ଓ ତା ଛୁଆ କୁ ଦେଖିବାକୁ ରାସ୍ତାର ଉଭୟପାର୍ଶ୍ବରେ ବହୁ ଗାଡି ଅଟକି ରହିବା ସହିତ ଲୋକମାନେ ମୋବାଇଲରେ ଫଟୋ ଉତ୍ତୋଳନ କରି ମଜା ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.