ଅପ୍ରାକୃତିକ ମିଠା ବ୍ୟବହାର ଆଣିପାରେ କ୍ୟାନସର ଭଳି ବିପଦ

ବାହାର ଜିନିଷ ଖାଇବାକୁ ବର୍ତ୍ତମାନ ସମସ୍ତେ ଆସକ୍ତ । ଏହି ଜିନିଷରେ କଣ ରହୁଛି ତାହା କାହାକୁ ଜଣାନଥାଏ କିନ୍ତୁ ପାଟି ଟେଷ୍ଟ ହେତୁ ଖାଇବାକୁ ଚାହିଁଥାନ୍ତି ଲୋକେ । କଣ ଆପଣ ଜାଣନ୍ତି କି କୌଣସି କୁତ୍ରିମ ମିଠା ଧାରଣ କରିଥିବା ଖାଦ୍ୟ ଖାଇବା ଦ୍ୱାରା ଆପଣ ଏକ ବଡ ସମସ୍ୟାରେ ପଡିପାରନ୍ତି । ଏକଥା ଆମେ କହୁନୁ ଏକ ଅଧ୍ୟୟନ କହୁଛି । ଯଦି ଏଭଳି ଜିନିଷ ଖାଉଛିନ୍ତି ତେବେ ସାବଧାନ ରୁହନ୍ତୁ । କାରଣ ଆପଣଙ୍କୁ କର୍କଟ ହୋଇପାରେ ।

ଖାଦ୍ୟ ଓ ପାନୀୟରେ କୁତ୍ରିମ ମିଠା ରହିଥିବା ବେଳେ ଚିନି ପରିମାଣ ଅନୁରୂପ କ୍ୟାଲୋରିକୁ ହ୍ରାସ କରିଥାଏ । ପ୍ଲୋସ ମେଡିସିନ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଦର୍ଶାଯାଇଛି କି ଯେଉଁ ଲୋକମାନେ ଅଧିକ ପରିମାଣର କୁତ୍ରିମ ମିଠା ଖାଉଛନ୍ତି ବିଶେଷକରି ଆସପାର୍ଟେମ ଓ ଏସିସୁଲଫେମ କେ ସାମଗ୍ରିକ ଭାବେ ଅଣ ଗ୍ରାହକଙ୍କ ତୁଳନା ଦେଖିଲେ କର୍କଟ ରୋଗ ହେବାର ଆଶଙ୍କା ଅଧିକ ରହିଥାଏ । ଏହି ଅଧ୍ୟୟନରେ ସ୍ତନକର୍କଟ ମେଦବହୁଳତା ଜନିତ କର୍କଟ ରୋଗ ପାଇଁ ଅଧିକ ବିପଦ ବୋଲି ଜଣାପଡିଛି ।

କୁହାଯାଇଛି କି ଆମ ଅନୁସନ୍ଧାନ କୌଣସି ଅପ୍ରାକୃତିକ ମିଠା ବ୍ୟବହାରକୁ କୌଣସି ଖାଦ୍ୟ ପଦାର୍ଥରେ ବିକଳ୍ପ ଭାବରେ ସମର୍ଥନ କରେ ନାହିଁ । ଫ୍ରାନ୍ସର ଇନ୍ସର୍ମ ଓ ସୋରବୋନ ପ୍ୟାରିସ ନର୍ଡ ୟୁନିଭରସିଟିର ଅନୁସନ୍ଧାନକାରୀ ମାନେ ବୟସ୍ତଙ୍କ ଉପରେ ତଥ୍ୟ ବିଶ୍ଳେଷଣ କରିଥିଲେ । ତେବେ ଅନୁସନ୍ଧାନକାରୀମାନେ ୨୪ଘଣ୍ଟିଆ ଖାଦ୍ୟପେୟ ରେକର୍ଡରୁ କୁତ୍ରିମ ମିଠା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିଥିଲେ ।

ଅନୁସନ୍ଧାନ ସମୟରେ କର୍କଟ ରୋଗ ନିର୍ଣ୍ଣୟ ସୂଚନା ସଂଗ୍ରହ କରିବା ପରେ ଗବେଷକମାନେ କୁତ୍ରିମ ମିଠା ଏବଂ କର୍କଟ ବିପଦ ମଧ୍ୟରେ ଥିବା ଆସୋସିଏସନ ଗୁଡିକର ପରିସଂଖ୍ୟାନ ବିଶ୍ଳେଷଣ କରିଥିଲେ । ଫଳାଫଳ ସୂଚିତ କଲା କି ବିଶ୍ୱବ୍ୟାପୀ କୁତ୍ରିମ ମିଠା ଅନେକ ଖାଦ୍ୟ ଓ ପାନୀୟରେ ବ୍ୟବହୃତ ହୁଏ । ଯାହା କର୍କଟ ଭଳି ବିପଦ ଆଣିବାରେ ସହାୟକ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.