Below header

ବିଶ୍ବ ୟୁନିଭରସିଟି କ୍ରୀଡାରେ ଭାରତୀୟ ଦଳର ଧ୍ବଜା ଧରିବେ ଦୂତୀ

ଇଟାଲିର ନାପୋଲିରେ ଅନୁଷ୍ଠିତ ହେବ ୩୦ତମ ଓ୍ଵାଲର୍ଡ ୟୁନିଭରସିଟି ଗେମ୍-୨୦୧୯ । ପ୍ରତିଯୋଗିତାରେ ଭାରତୀୟ ବିଶ୍ୱବିଦ୍ୟାଳୟ ଦଳର ନେତୃତ୍ୱ ନେବା ସହ ଉଦ୍ଘାଟନୀ ଉତ୍ସବରେ ଭାରତୀୟ ପତାକା ଧରିବେ କିଟ୍ ଛାତ୍ରୀ ଦୂତୀ ଚାନ୍ଦ । ସେହିପରି ୧୫୦ ଜଣ ଭାରତୀୟ ଆଥଲେଟ ଦଳ ପାଇଁ କିଟର କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାସ ଭାରତୀୟ ଦଳର ଉପମୁଖ୍ୟ ଦାୟିତ୍ୱରେ ରହିବେ । କିଟର ସହକାରୀ କ୍ରୀଡ଼ା ନିର୍ଦ୍ଦେଶକ ରୁଦ୍ର କେଶବ ଜେନା ଅଫିସିଆଲ ଦାୟିତ୍ୱ ନେବେ । କିଟ୍ ଆଥଲେଟିକସର ମୁଖ୍ୟ କୋଚ ସଞ୍ଜୟ ଗଡ଼ନାୟକ ମଧ୍ୟ ଆଥଲେଟିକସ ଦଳର ନେତୃତ୍ୱ ନେବେ । ପ୍ରତିଯୋଗିତା ଜୁଲାଇ ୩ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ପର‌୍ୟ୍ୟନ୍ତ ଚାଲିବ । ଏପଟେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି କିଟ୍ ଓ କିସ୍ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.