ବର୍ଷକ ପରେ ପୋଲିସ ହାତରେ ଧରାପଡିଲା ମା’ ହତ୍ୟାକାରୀ ପୁଅ

ଯାଜପୁର ଟାଉନ(କେନ୍ଯୁଜ୍): ମାକୁ ହତ୍ୟା କରିଥିବା ପୁଅ ବୋହୁ ଗିରଫ ।ହତ୍ୟାକାଣ୍ଡର ବର୍ଷକ ପରେ ଗିରଫ ହେଲେ ଅଭିଯୁକ୍ତ । ଯାଜପୁର ବରୀ ଥାନା ଧାରପୁରଗାଁରେ ଗତ ୨୦୧୮ ମସିହା ଜୁନ ୧୧ ତାରିଖଦିନ ବାବାଜି ଜେନଙ୍କ ପତ୍ନୀ ମେଘିଙ୍କୁ କଟୁରିରେ ହାଣି ହତ୍ୟା କରିଥିଲେ । ପାରିବାରିକ କଳହ କୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିଲା । ହତ୍ୟାକାରୀ ଆଉକେହି ନୁହଁନ୍ତି ମେଘିଙ୍କ ପୁଅ ରାଜେନ୍ଦ୍ର ଓ ବୋହୁମଂଜୁଲତା ।

ମଂଜୁଲତା ଓ ମେଘିଙ୍କ ମଧ୍ୟରେବିଭିନ୍ନ ସମୟରେ କଳି ଲାଗୁଥିଲା । ଏଥିରେଅତିଷ୍ଠ ହୋଇ ଏଭଳି ହତ୍ୟାକାଣ୍ଡ ହୋଇଥିଲା ।ଘଟଣା ପର ଠାରୁ ପୁଅ ବୋହୁ ଫେରାର ଥିଲେ। ବରୀ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେଚଢ଼ାଉ କରାଯାଉଥିଲେ ହେଁ ଖସିଯାଉଥିଲେପୁଅ ବୋହୁ । ଶେଷରେ ଗତ କାଲି ପୋଲିସଏହି ଦୁଇ ଜଣ ଅଭିଯୁକ୍ତକୁ ଗିରପଂ କରି ଆଜିକୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଙ୍କବିରୋଧରେ ଆଇପିସିର ଧାରା ୩୦୨ ଅନୁଯାୟୀକେଶ ରୁଜୁ କରିଛି ପୋଲିସ । ଆଜି ଏସଂକ୍ରାନ୍ତିରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସଡିପିଓ ଏହି ସୂଚନା ଦେଇଛନ୍ତି।

ଯାଜପୁର ଟାଉନରୁ ଦେବାଶିଷ ସାହୁ, କେନ୍ୟୁଜ ଓଡ଼ିଶା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.