ଏସିବିର ପ୍ଲାଷ୍ଟିକ ସର୍ଜରୀ ବିଭାଗକୁ ସଫଳତା, ୧୦ ଘଣ୍ଟା ଅପରରେସନରେ ରୋପଣ କଲେ କୃତ୍ରିମ ଯୌନାଙ୍ଗ

କଟକ ବଡ ମେଡିକାଲ ପ୍ଲାଷ୍ଟିକ ସର୍ଜରୀ ବିଭାଗର ବଡ ସଫଳତା। ୧୦ ଜଣିଆ ଡାକ୍ତରୀ ଦଳ ଦୀର୍ଘ ୧୦ ଘଣ୍ଟାର ଅପରରେସନ ପରେ ଜଣେ ଯୁବକଙ୍କ ଏକ କୃତ୍ରିମ ଯୌନାଙ୍ଗ ରୋପଣ କରିଛନ୍ତି। ଏଭଳି ବିରଳ ଅସ୍ତ୍ରୋପଚାର ଓଡିଶାରେ ପ୍ରଥମ ବୋଲି କଟକ ଏସସିବି ବଡ ମେଡିକାଲ ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ଅରୁଣ ଚୌଧୁରୀ କହିଛନ୍ତି। ତେବେ ଏହି ଅସ୍ତ୍ରୋପଚାରରେ ଖର୍ଚ୍ଚ ହୋଇଥିବା ଅର୍ଥ ରାଜ୍ୟ ସରକାରଙ୍କ ଚିକିତ୍ସା ପାଣ୍ଠି ଓଏସଟିଏଫ ବହନ କରିଛି। କେନ୍ଦୁଝର ଅଞ୍ଚଳର ଯୁବକ ଜଣକର ଗତ ଡିସେମ୍ବର ମାସରେ ଚେନ୍ନାଇରେ କାମ କରୁଥିବା ସମୟରେ କୌଣସି କାରଣରୁ ଯୌନାଙ୍ଗ କଟି ଯାଇଥିଲା। ପ୍ରଥମେ ସେ କେନ୍ଦୁଝର ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ ।ପରେ କଟକରେ ଆସି ଚିକିତ୍ସିତ ହେବା ପରେ ପ୍ଲାଷ୍ଟିକ ସର୍ଜରୀ ବିଭାଗ ଡାକ୍ତରଙ୍କ ପ୍ରଚେଷ୍ଟା କ୍ରମେ ସେ ଆଉ ଏକ ନୂଆ ଜୀବନ ପାଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.