ନୂଆ ଏମ୍‌ପି, ନୂଆ ଅନୁଭୂତି : ଲୋକସଭାରେ ନିଜ ନିଜ ଅଞ୍ଚଳର ସମସ୍ୟା ଉଠାଇଲେ ସାଂସଦ

ନୂଆ ଏମପିଙ୍କ ନୂଆ ଅନୁଭୂତି । ଓଡିଶାରୁ ନବନିର୍ବାଚିତ ଲୋକସଭା ସାଂସଦମାନେ ପ୍ରବିତ୍ର ସଂସଦରେ ପ୍ରଥମ ଥର ପାଇଁ ପାଦ ଥାପିଥିଲେ । ସଂସଦର ପ୍ରଥମ ଅଧିବେଶନରେ ନିର୍ବାଚିତ ସାଂସଦମାନେ ନିଜ ନିଜ ସଂସଦୀୟ କ୍ଷେତ୍ରର ସମସ୍ୟା ବିଷୟରେ ଗୃହରେ ଉପସ୍ଥାପନ କରିଥିଲେ । ତେବେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ।

ପ୍ରଥମ ଥର ଭାବେ ସଂସଦରେ ପାଦ ଥାପିଛନ୍ତି ଓଡ଼ିଶାର ୧୫ଜଣ ସାଂସଦ। ନିର୍ବାଚିତ ସାଂସଦଙ୍କ ମଧ୍ୟରେ ସବୁଠାରୁ ଚର୍ଚ୍ଚାରେ ପ୍ରତାପ ଷଡଙ୍ଗୀ। ସଂସ୍କୃତ ଭାଷାରେ ଶପଥ ନେଇଥିବା ବେଳେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ୫ଟି ଭାଷାରେ ଧନ୍ୟବାନ ଦେଇ ନିଜ ବାଗ୍ମୀତାର ପରିଚୟ ଦେଇଥିଲେ ପ୍ରତାପ। ଏଥିରେ ବିମୋହିତ ହୋଇଥିଲେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ସାଂସଦ। ସେହିପରି ପ୍ରଶାସିକାକୁ ରାଜନେତା ପାଲଟିଥିବା ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓଡିଶାରେ ମହିଳା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କିତ ରିପୋର୍ଟ ଉପରେ ଆଲୋଚନା କରିଥିଲେ। ସେହିପରି ବସନ୍ତ ପଣ୍ଡା କଳାହାଣ୍ଡିରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବି ଉପସ୍ଥାପନ କରିଥିଲେ।

mp 1

ଲୋକସଭାକୁ ବିଜେଡିର ଯାଇଥିବା ନୂଆ ସାଂସଦଙ୍କ ମାନେ ମଧ୍ୟନିଜ ଲୋକସଭା କ୍ଷେତ୍ରର ସମସ୍ୟା ଉପରେ ଆଲୋଚନା କରିଥିଲେ। କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଆଲୋଚନାରେ ଭାଗ ନେଇ କନ୍ଧମାଳକୁ ଟ୍ରେନ୍ ଲାଇନ ସଂଯୋଗ କରିବାକୁ ଦାବି କରିଥିଲେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂପର୍କିତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇଥିଳେ ସାଂସଦ ପିନାକୀ ମିଶ୍ର। କେନ୍ଦ୍ରକୁ ରାଜ୍ୟର ଗଠନାତ୍ମକ ସହଯୋଗ ଜାରି ରହିବ ବୋଲି ସେ କହିଛନ୍ତି। କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ପ୍ରଶ୍ନ କାଳରେ ରାୟଗଡା ଟ୍ରେନ୍ ଦୁର୍ଘଟଣା ପ୍ରସଂଗ ଉଠାଇଥିଲେ। ଲୋକସଭାରେ ଓଡିଶାର ବିଭିନ୍ନ ଦଳରୁ ନୂଆ ଏବଂ ଅଭିଜ୍ଞ ସାଂସଦ ରହିଛନ୍ତି। ଅଧିକ ସଂଖ୍ୟାରେ ନୂଆ ସାଂସଦ ଥିବାରୁ ସେମାନଙ୍କର ଅନୁଭୂତ ବେଶ ନିଆରା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.