Below header

ରାଜ୍ୟ ବଜେଟ୍ ଫୋକସରେ ମହିଳା ଓ ଶିଶୁ, ଯୋଜନା ପାଇଁ ହୋଇଛି ୨ହଜାର ୪୪୨ କୋଟି ଟଙ୍କା ବ୍ୟୟ ବରାଦ

ରାଜ୍ୟ ବଜେଟ୍ ଫୋସକରେ ମହିଳା ଓ ଶିଶୁ । ସେମାନଙ୍କ ପାଇଁ ଅଧିକ ବ୍ୟୟବରାଦ କରାଯାଇଛି । ମହିଳାଙ୍କ ଶତ ପ୍ରତିଶତ ଭାଗିଦାରୀ ଥିବା ଯୋଜନା ପାଇଁ ୨ହଜାର ୪୪୨ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ସରକାର । ସେହିପରି ୩୦ ପ୍ରତିଶତରୁ ଅଧିକ ଭାଗିଦାରୀ ଥିବା ଯୋଜନା ପାଇଁ ବ୍ୟୟବରାଦ ଆକାର ରହିଛି ୪୪ ହଜାର ୪୬ କୋଟି ଟଙ୍କା।

ରାଜ୍ୟ ସରକାରଙ୍କ ଫୋକସରେ ମହିଳା ଓ ଶିଶୁ। ଚଳିତ ବଜେଟରେ ସେମାନଙ୍କ ପାଇଁ ୩ ହଜାର ୪୫୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ମହିଳାଙ୍କ ଶତ ପ୍ରତିଶତ ଭାଗିଦାରୀ ଥିବା ଯୋଜନା ପାଇଁ ବଜେଟରେ ଏବର୍ଷ ୨ହଜାର ୪୪୨ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ସରକାର। ଏହା ଭିତରେ ରହିଛି ୭୦ଟି ଯୋଜନା। ୨୦୧୭-୧୮ ଆର୍ଥିକ ବର୍ଷରେ ଏହି କ୍ଷେତ୍ରରେ ବ୍ୟୟବରାଦ ଥିଲା ୧ ହଜାର ୮୦୮ କୋଟି ଟଙ୍କା। ସେହିପରି ୩୦ ପ୍ରତିଶତରୁ ଅଧିକ ଭାଗିଦାରୀ ଥିବା ଯୋଜନାରେ ମହିଳାଙ୍କ ପାଇଁ ବି ଅଧିକ ବ୍ୟୟ ବରାଦ ହୋଇଛି। ୩୦ ପ୍ରତିଶତରୁ ଅଧିକ ଭାଗିଦାରୀ ଥିବା ୪୧୩ଟି ଯୋଜନା ପାଇଁ ବଜେଟରେ ୪୪ ହଜାର ୪୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ୨୦୧୭-୧୮ ବର୍ଷରେ ଏହି କ୍ଷେତ୍ରର ବ୍ୟୟ ବରାଦ ଆକାର ଥିଲା ୨୬ ହଜାର ୫ କୋଟି ଟଙ୍କା। ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ମହିଳାଙ୍କ ପାଇଁ ୧୨ଲକ୍ଷ ୪୦ ହଜାର ଟଙ୍କାର ବ୍ୟବସ୍ଥା କରାଯାଇଛି।

women and child 1

ସେହିପରି ସ୍ୱାସ୍ଥ୍ୟ ବିଭାଗରେ ମହିଳାଙ୍କ ଭାଗିଦାରୀ ଥିବା ଯୋଜନା ପାଇଁ ୫୮ ଲକ୍ଷରୁ ଅଧିକ ଟଙ୍କା ବ୍ୟୟବରାଦ ହୋଇଛି। ଖୁସି ଯୋଜନା ପାଇଁ ୫ ହଜାର ଲକ୍ଷ, ସମ୍ପୂର୍ଣ୍ଣା ଯୋଜନା ପାଇଁ ୭୭୨୫ ଲକ୍ଷ, ଜନନୀ ଶିଶୁ ସୁରକ୍ଷା ଯୋଜନାରେ ୮୮୨୧ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ଯୋଜନାରେ ମହିଳାଙ୍କ ପାଇଁ ୧୦ ହଜାର ୩ଶହ ଲକ୍ଷ ଓ ଗୃହ ବିଭାଗ ଅଧୀନସ୍ଥ ଯୋଜନାରେ ମହିଳାଙ୍କ ପାଇଁ ୧୧ ଶହ ୯୭ ଲକ୍ଷ ଟଙ୍କାର ବ୍ୟବସ୍ଥା ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୧୦ ହଜାର ୩ଶହ ଲକ୍ଷ ଟଙ୍କାର ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର।

women and child 2

ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ ଓ ସଶକ୍ତିକରଣ କରିବାକୁ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଯୋଜନା କରିଛନ୍ତି। ମିଶନ ଶକ୍ତି ପାଇଁ ୩୦୧ କୋଟି, ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୧୩୦ କୋଟି, ମମତା ପାଇଁ ୩୦୫ କୋଟି, ସମନ୍ଵିତ ଶିଶୁ ବିକାଶ ପାଇଁ ୨୯୫ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର। ୬ ବର୍ଷରୁ କମ୍ ଶିଶୁ, ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କ ବିକାଶ ପାଇଁ ବଜେଟରେ ୨ ହଜାର ୯୫ କୋଟି ଟଙ୍କାର ଅର୍ଥ ମଞ୍ଜୁର କରାଯାଇଛି। ସବୁ ବର୍ଗଙ୍କୁ ସୁହାଇଲା ଭଳି ବଜେଟ ଆସିଥିବା ବେଳେ ଫୋସକରେ ଚାଷୀ, ମହିଳା ଓ ଶିଶୁ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.