ଭିନ୍ନ କିଛି କରି ଦେଖାଇବାର ଇଚ୍ଛା ବିଦେଶରୁ ଯୁବକଙ୍କୁ ଟାଣିଆଣିଲା ଜନ୍ମ ମାଟିକୁ, ସୁସ୍ଥ ଓ ରାସାୟନିକ ମୁକ୍ତ ପରିବେଶକୁ ନେଇ ତିଆରି କଲେ ଇକୋ ଭିଲେଜ୍

ସୁବର୍ଣ୍ଣପୁର(କେନ୍ୟୁଜ):ବର୍ତ୍ତମାନ ଜୀବନ ଶୈଳୀରେ ରାସାୟନିକ ସାର,କୀଟନାଶକ ଆଦି ପ୍ରୟୋଗ କରି ପନିପରିବା,ଫଳମୂଳ ଉତ୍ପାଦନ କରାଯାଉଥିବାବେଳେ ଯାହାର କୁପ୍ରଭାବ ଦ୍ବାରା ଜନସାଧାରଣ କର୍କଟ ଭଳି ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି । ତଥାପି ଏହାକୁ ଦୁର କରିବାର ମନଭାବ କାହା ପାଖରେ ନାହିଁ । କିନ୍ତୁ ଏସବୁକୁ ଆଖିରେ ରଖି ଜୈବିକ ଚାଷ ପ୍ରଣାଳୀ ତଥା ସୌରଶକ୍ତିର ବିନିଯୋଗର ପ୍ରଚାର ପ୍ରସାର ପାଇଁ ମୋଟା ଅଙ୍କର ଦରମା, ବିଦେଶର ଚାକିରୀ ଛାଡି ନିଜ ଗାଁକୁ ଫେରି ଆସିଛନ୍ତି ଜଣେ ଯୁବକ । ଖାଲି ସେତିକି ନୁହେଁ କ୍ରୁଷକ ମାନଙ୍କୁ ଏନେଇ ତାଲିମ ମଧ୍ଯ ଦେଉଛନ୍ତି ।

eco villageସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ୍ ସିନ୍ଦୁରପୁର ଗ୍ରାମର ଶିବାଜୀ ପଣ୍ଡା । ଇଂଲଣ୍ଡର ୟୁନିଭର୍ସିଟିରେ ଅଧ୍ଯାପକ,ବିଭିନ୍ନ ଏନଜିଓ ମାନଙ୍କର ପ୍ରତିଷ୍ଠାନ,ବିଭିନ୍ନ ସରକାରୀ ସଂସ୍ଥାନର ଉପଦେଷ୍ଟା ତଥା ୨୦ ବର୍ଷର ଶକ୍ଷିକତାର ଅଭିଜ୍ଞତାକୁ ଛାଡି ସେ ମୁକ ବଧିରଙ୍କ ପାଇଁ ହାପି ହ୍ଯାଣ୍ଡସ୍ ନାମକ ଏକ ସ୍କୁଲ୍ ଖୋଲିଛନ୍ତି । ଏହାସହ ଉଲୁଣ୍ଡା ବ୍ଳକ୍ ଚଡେଇପଙ୍କ ଗ୍ରାମ ପଂଚାୟତର ଲକ୍ଷ୍ମଣପୁର ଗ୍ରାମରେ ଏପରି ଏକ ସଂସ୍ଥାନ ଖୋଲିଛନ୍ତି, ଯାହାର ନାମ ସେ ଦେଇଛନ୍ତି ଶିଖା ଇକୋ ଭିଲେଜ୍ ।

ecoଏହି ଶିଖା ଇକୋ ଭିଲେଜରେ ଜୈବିକ ପଦ୍ଧତିରେ  ପାଖାପାଖି ୩ଶହ ଗଛ ଲଗାଇବା ସହିତ ସେଥିରେ ଆମ୍ବ,ପିଜୁଳି,ଲେମ୍ବୁ,କମଳା ଆଦି ବିଭିନ୍ନ ପ୍ରକାରର ଫଳ ଗଛ ଲଗାଇଛନ୍ତି । ବିଭିନ୍ନ ପ୍ରକାରର ପନିପରିବା ଜୈବିକ ପଦ୍ଧତିରେ ଉତ୍ପାଦନ କରି ସେ ସବୁକୁ ହାପି ହାଣ୍ଡସ୍ ସ୍କୁଲରେ ଥିବା ଛାତ୍ରଛାତ୍ରୀ ମାନଙ୍କ ଖାଇବା ପାଇଁ ଯୋଗାଇଥାନ୍ତି । ଏହି ଶିଖା ଇକୋ ଭିଲେଜରେ ବୈଦ୍ଯୁତିକ ସଂଯୋଗ କରାଯାଇନାହିଁ । ଏଠାରେ ସୋଲାର ମାଧ୍ଯମରେ ଫ୍ରିଜ୍,ପଙ୍ଖା,ୱାସିଂ ମେସିନ୍,କୁଲର,ପାଣି ପମ୍ପ ଆଦି ବିଭିନ୍ନ ଯନ୍ତ୍ରାଶଂ ଚାଲିଥାଏ । ଏହାସହ ଜୈବିକ ପଦ୍ଧତିରେ ପାଖାପାଖି ୧.୫ ଏକ ଧାନ ଚାଷ ପରୀକ୍ଷା ମୂଳକ ଭାବେ ସେ ଆରମ୍ଭ କରିଛନ୍ତି । 

sibaji pandaଏହି ଶିଖା ଇକୋ ଭିଲେଜକୁ ଦେଶ ତଥା ବିଦେଶରୁ ପର୍ଯ୍ଯଟକମାନେ ବୁଲିବାକୁ ଆସିବା ସହ ନିଜର ଅଭିଜ୍ଞତା ଏଠାରେ ବାଣ୍ଟିଛନ୍ତି । ଜର୍ମାନୀର ପ୍ରଫେସର ଅଲ୍ ରାଇକ୍ ଜେହେଶାନ୍ ଯିଏକି ଜଣେ ଲେଖିକା ତଥା ସାଙ୍କେତିକ ଭାଷାରେ ଗବେଷଣା କରୁଛନ୍ତି ସେ ତିନିଥର ଏଠାକୁ ପରିଦର୍ଶନ କରିବାକୁ ଆସିଥିବା ସହିତ ନିଜର ମତାମତ ବିଚାରଧାରା ମତବ୍ଯକ୍ତ କରି ପ୍ରଶଂସା କରିଛନ୍ତି। ବିଭିନ୍ନ ସମୟରେ ଅଞ୍ଚଳର ଚାଷୀମାନଙ୍କୁ ଜୈବିକ ପଦ୍ଧତିର ଉପାଦେୟତା ଏବଂ କୌଶଳ ପ୍ରଶିକ୍ଷକ ଦିଆଯାଇଥିବାବେଳେ ଆଗକୁ ମଧ୍ଯ ବିଭିନ୍ନ କାର୍ଯ୍ଯଶାଳା କରାଯିବ ବୋଲି ପ୍ରତିଷ୍ଠାତା ଶିବାଜୀ ପଣ୍ଡା କହିଛନ୍ତି ।

sibajiବିଦେଶରୁ ଚାକିରି ଛାଡି ଏକ ସୁସ୍ଥ ଓ ରାସାୟନିକ ମୁକ୍ତ ପରିବେଶ ସୃଷ୍ଟି କରିବା ପାଇଁ ନିଜ ମାଁ ମାଟିକୁ ଫେରି ଆସି ସଚେତନତା ଅଭିଯାନ କରୁଥିବା ଶିବାଜୀଙ୍କ ପଦକ୍ଷପକୁ ସାରା ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଛି ।

ସୁବର୍ଣ୍ଣପୁରରୁ ଶେଷଦେବ ବାରିକଙ୍କ ରିପୋର୍ଟ,କେନ୍ୟୁଜ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.