ୟୁନିସେଫ୍‌ ସେୟାର କଲା ‘ହାତଧୁଆ ଡ୍ୟାନ୍ସ’, କରୋନାକୁ ମାତ୍‌ ଦେବାରେ ହେବ ସହାୟକ; ଦେଖନ୍ତୁ ଭିଡିଓ

କରୋନା ଭାଇରସ୍‌ ଧୀରେ ଧୀରେ ସାରା ପୃଥିବୀକୁ ନିଜ କବଳକୁ ନେବା ଆରମ୍ଭ କଲାଣି। ଏହି ଭାଇରସ୍‌ ଏବେ ଚୀନ୍‌ ସମେତ ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ମଧ୍ୟ ବ୍ୟାପିଲାଣି। ତେବେ କରୋନାରୁ ମୁକ୍ତି ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲେ ମଧ୍ୟ ଏହି ରୋଗ ଥମିବାର ନାଁ ଧରୁନି। କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ୟୁନିସେଫ୍‌ ମଧ୍ୟ ଲୋକଙ୍କୁ ସଚେତନ କରୁଛି। ଏହି ସଚେତନତା ପାଇଁ ୟୁନିସେଫ୍‌ ତରଫରୁ ଏକ ଭିଡିଓ ସେୟାର କରାଯାଇଛି।

unicef2

ୟୁଏନ୍‌ ଇଣ୍ଟରନ୍ୟାସନାଲ ଚିଲ୍‌ଡ୍ରେନ୍‌ ଏମରଜେନ୍ସି ଫଣ୍ଡ (ୟୁନିସେଫ୍‌) ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଦୁଇ ଜଣ ଭିଏତନାମ ଡ୍ୟାନ୍ସର ହାତ ଧୋଇବା ଡ୍ୟାନ୍ସ କରୁଥିବା ଦେଖାଯାଇଛି। କରୋନାରୁ ମୁକ୍ତି ପାଇବାକୁ କିଭଳି ହାତ ଧୋଇବା ଉଚିତ, ଭିଡିଓ ମାଧ୍ୟମରେ ତାହା ଦର୍ଶାଯାଇଛି।

ଦେଖନ୍ତୁ ଭିଡିଓ:


ୟୁନିସେଫ୍‌ ଟ୍ଵିଟରରେ ଏହି ଭିଡିଓକୁ ସେୟାର କରିଛି। ଏଥିରେ କ୍ୟାପସନ୍‌ ଲେଖାଯାଇଛି ଭିଏତନାମ ଡ୍ୟାନ୍ସରଙ୍କ ଏହି ହାତଧୁଆ ଭିଡିଓ ଖୁବ୍‌ ଭଲ ଲାଗିଲା। କରୋନାରୁ ମୁକ୍ତି ପାଇଁ ସାବୁନ ଓ ପାଣିରେ ହାତକୁ ପରିଷ୍କାର ଭାବେ ଧୋଇବା ହେଉଛି ପ୍ରଥମ କାମ।

corona

ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୮ ହଜାରରୁ ଊର୍ଦ୍ଧ୍ୱ ଥର ଦେଖାସରିଥିବା ବେଳେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକ ଲାଇକ୍‌ କରିଛନ୍ତି। ଲୋକମାନେ ଏହି ଭିଡିଓରେ ନିଜ ମତାମତ ମଧ୍ୟ ଦେଇଛନ୍ତି। ଲୋକଙ୍କ କମେଣ୍ଟରୁ ଜଣାପଡ଼ୁଛି ଯେ ସେମାନଙ୍କୁ ମଧ୍ୟ ଭିଡିଓଟି ଖୁବ୍‌ ପସନ୍ଦ ଆସିଛି। ସୂଚନାଯୋଗ୍ୟ ଯେ ଚୀନ୍‌ ପରେ କରୋନା ଏବେ ଭାରତରେ ମଧ୍ୟ ପ୍ରବେଶ କରିସାରିଲାଣି। ଭାରତରେ ୨୯ ଟି କରୋନା ମାମଲା ସାମ୍ନାକୁ ଆସିଛି। ଏଣୁ ସାବଧାନ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.