Below header

ନିର୍ଦ୍ଦେଶ ଦେଲେ ଭାରତର ନିର୍ବାଚନ କମିଶନ, ବଦଳିଲେ ୨ ଜିଲ୍ଲାପାଳ,୫ ଏସପି ଓ ଜଣେ ଆଇଜି

ବଦଳିଲେ ଜିଲ୍ଲାପାଳ ଓ ଏସପି । ଭାରତର ନିର୍ବାଚନ କମିଶନ ଓଡ଼ିଶାର ୨ ଜିଲ୍ଲାପାଳ, ୫ ଏସପି ଓ ଜଣେ ଆଇଜିଙ୍କୁ ଆଜି ମଙ୍ଗଳବାର ବଦଳି ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ୟୁଜ (ବ୍ୟୁରୋ) : ବଦଳିଲେ ଜିଲ୍ଲାପାଳ ଓ ଏସପି । ଭାରତର ନିର୍ବାଚନ କମିଶନ ଓଡ଼ିଶାର ୨ ଜିଲ୍ଲାପାଳ, ୫ ଏସପି ଓ ଜଣେ ଆଇଜିଙ୍କୁ ଆଜି ମଙ୍ଗଳବାର ବଦଳି ନିର୍ଦ୍ଦେଶ ଦେଇଛନ୍ତି । ସେମାନେ ହେଲେ ଜିଲ୍ଲାପାଳ ଓ ଡିଇଓ କଟକ- ଭିନିତ୍‌ ଭରଦ୍ୱାଜ, ଜିଲ୍ଲାପାଳ ଓ ଡିଇଓ ଜଗତସିଂହପୁର- ପରୁଲ ପଟଓ୍ଵାରୀ, ଆଇପିଏସ ଆଶିଶ କୁମାର ସିଂହ- ଆଇଜି,ସେଣ୍ଟ୍ରାଲ, ସୁନ୍ଦରଗଡ଼ ଏସପି- କନଓ୍ଵାର ଭିଶାଳ ସିଂହ, ଖୋର୍ଦ୍ଧା ଏସପି- ଜୁଗଳ କିଶୋର , ରାଉରକେଲା ଏସପି- ମିତ୍ରଭାନୁ ମହାପାତ୍ର, ବ୍ରହ୍ମପୁର ଏସପି- ଏସ ବିବେକ କୁମାର, ଅନୁଗୁଳ ଏସପି- ସୁଧାଂଶୁ ଶେଖର ମିଶ୍ର । ସମସ୍ତଙ୍କୁ ତୁରନ୍ତ ବଦଳି କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.