ଯାତ୍ରୀଙ୍କ ଯାତ୍ରା ହେବ ଆହୁରି ସଫଳ, ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟରେ ଗଡିବ ଇଲେକ୍ଟ୍ରି ବସ୍‌

କେନ୍ୟୁଜ୍: ଯାତ୍ରୀଙ୍କ ଯାତ୍ରା ଆହୁରି ସଫଳ ହେବ । ସରକାରୀ ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ କିଭଳି ଠିକ ସମୟରେ ଓ ସୁରକ୍ଷିତ ପହଞ୍ଚାଯାଇପାରିବ ତା ଉପରେ ହୋଇଛି ବିଚାର ବିମର୍ଶ । ଏନେଇ କ୍ରୁଟ୍‌ ଏବଂ ଓଏସଆରଟିସି ୧୨୦ କର୍ମଚାରୀଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଇଛି । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି କର୍ମଶାଳାରେ ଦେଶ ତଥା ଦେଶ ବାହାରୁ ଆସିଥିବା ଏକ୍ସପର୍ଟମାନେ ଟିପ୍ସ ଦେଉଛନ୍ତି । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, କ୍ରୁଟ ମ୍ୟାନେଜିଙ୍ଗ ଡିରେକ୍ଟର ଅରୁଣ ବୋଥ୍ରା, ଜିଏମ୍‌ ଦିପ୍ତିମୟୀ ମହାପାତ୍ର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ବର୍ତ୍ତମାନ ବିଭିନ୍ନ ରୁଟ୍‌ରେ ୨୦୦ଟି ମୋ ବସ ଚାଲୁଥିବା ବେଳେ ଗୋଟିଏ ଦିନରେ ୮୫, ୦୦୦ ଯାତ୍ରୀଙ୍କୁ ଧରି ଯାତ୍ରା କରୁଛି । ଆଗକୁ ଆହୁରି ୧୮୯ ବସ ମୋ ବସରେ ସାମିଲ ହେବ । ସେହିପରି ୫୦ଟି ଇଲେକ୍ଟ୍ରି ବସ୍‌ ଓଡ଼ିଶାରେ ଚାଲିବାକୁ ଲକ୍ଷ୍ୟ ରଖାଯାଇଛି । ମାର୍ଚ୍ଚ ଶେଷ ସୁଦ୍ଧା ଏହି ବସ ଗୁଡିକ ଚାଲିବ ବୋଲି ସୂଚନା ମିଳିଛିା ସବୁ ବସଷ୍ଟାଣ୍ଡର ନବୀକରଣ କରାଯାଉଛି । କିଛି ବସଷ୍ଟାଣ୍ଡକୁ ଏୟାରପୋର୍ଟ ଭଳି ଲୁକ୍‌ କରାଯିବ । ଓଏସଆରଟିସି ବସ ଗୁଡିକ ମୋ ବସ ଭଳି ପିପିପି ମୋଡରେ ଚଳାଇବାକୁ ଯୋଜନା ହେଉଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.