ଭୁବନେଶ୍ୱର : ବିଦ୍ୟୁତ୍‌ ଆଘାତରେ ଦୁଇ ଯୁବକଙ୍କର ମୃତ୍ୟୁ

ଭୁବନେଶ୍ୱର (କେନ୍ୟୁଜ୍‌) : ବିଦ୍ୟୁତ୍‌ ଆଘାତରେ ଦୁର୍ଭାଗ୍ୟଜନକ ଭାବେ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି । ଭୁବନେଶ୍ୱର ସହିଦନଗର ଥାନା ଭିଏସଏସ ନଗର ସ୍ଥିତ ଏକ ମିଠା ଦୋକାନରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ମୃତକମାନେ ହେଲେ ଗଞ୍ଜାମର ଶିବରାମ ଗଉଡ ଏବଂ ଲକ୍ଷ୍ମଣ ବରତିଆ । ଶିବରାମଙ୍କ ବୟସ ୨୧ ଓ ଲକ୍ଷ୍ମଣଙ୍କୁ ୨୦ ବର୍ଷ ବୟସ । ତେବେ କିଭଳି ଭାବେ ଏହି ଘଟଣା ଘଟିଲା ପୋଲିସ୍‌ ତାର ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.