କଟକରେ ଆଜି ଓ ଭୁବନେଶ୍ୱରରେ କାଲି ସୁଦ୍ଧା ବିଦ୍ୟୁତ ସେବା, ପୁରୀ ବଡ଼ଦାଣ୍ଡରେ ଜଳିଲାଣି ଷ୍ଟ୍ରିଟଲାଇଟ

କେ ନ୍ୟୁଜ୍‌: କଟକରେ ଆଜି ଓ ଭୁବନେଶ୍ୱରରେ ଆସନ୍ତାକାଲି ସୁଦ୍ଧା ବିଦ୍ୟୁତ ସେବା ସ୍ୱାଭାବିକ ହେବ । ପୁରୀ ବଡ଼ଦାଣ୍ଡରେ ଷ୍ଟ୍ରିଟଲାଇଟ ଜଳିଲାଣି । ପ୍ରଳୟଙ୍କାରୀ ବାତ୍ୟା ଫନିର ୭ ଦିନ ପରେ ଗତକାଲି ପ୍ରଥମ ଆଲୁଅ ଦେଖିଲେ ପୁରୀ ବାସିନ୍ଦା । ଆଂଶିକ ଭାବେ ପୁରୀ ବଡ଼ ଦାଣ୍ଡରେ ବିଦ୍ୟୁତ୍‌ ସଂଯୋଗ ହେବା ପରେ ଷ୍ଟ୍ରିଟ୍‌ ଲାଇଟ୍‌ ଜଳିଛି । ଆଜି ଗୋଟିଏ ପାର୍ଶ୍ୱର ସମସ୍ତ ଲାଇଟ୍‌ ଜଳିବ । ୧୫ ତାରିଖ ମଧ୍ୟରେ ପୁରୀ ସହରରେ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ।

puri rastaଫନି ବାତ୍ୟା ପରେ ପ୍ରଭାବିତ ଜିଲ୍ଲାରେ ପାନୀୟ ଜଳ, ବିଦ୍ୟୁତ ସଂଯୋଗୀକରଣ ପରି ବିଭିନ୍ନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକରେ ଶତ ପ୍ରତିଶତ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ଉପଲବ୍ଧ ହୋଇଛି । କଟକ ଓ ଖୋର୍ଦ୍ଧାରେ ୫୦ ପ୍ରତିଶତ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି । ୧୩ ତାରିଖ ମଧ୍ୟରେ ଗ୍ରାମାଞ୍ଚଳରେ ପାନୀୟ ଜଳ ପାଇପ ଯୋଗେ ଯୋଗାଇ ଦିଆଯିବ ପାଇଁ ପଦକ୍ଷେପ ନିଆଯାଇଛି । ୮ଟି ମୋବାଇଲ ଟ୍ରିଟମେଣ୍ଟ ପ୍ଲାଣ୍ଟ ପୁରୀକୁ ପଠାଯାଇଛି । ପୁରୀ ସିଏଚସି, ଡିିଏଚଏଚ ମେଡିକାଲରେ ପାଓ୍ଵାର ବ୍ୟାକ ଅପ ରହିଛି । ଏହାସହ ଖୋର୍ଦ୍ଧାରେ ୪୨ ପ୍ରତିଶତ, କଟକରେ ୫୬ ପ୍ରତିଶତ, ପୁରୀରେ ୧୪ ପ୍ରତିଶତ ମୋବାଇଲ ଟାଓ୍ଵାର କାର୍ଯ୍ୟ କରୁଛି । ସେଲ ଅନ ହୁଇଲ ଯୋଗେ ପୁରୀ ବଡଦାଣ୍ଡ ଓ ସର୍କିଟ ହାଉସ ସହ ବିଏସଏନଏଲର ଟାଓ୍ଵାର କାର୍ଯ୍ୟ କରୁଛି । ପୁରୀରେ ୪୭ଶହ ଓ ଚିଲିକାରେ ୧୫ଶହ ଡଙ୍ଗା ନଷ୍ଟ ହୋଇଛି । ୩ଶହ ହେକ୍ଟର ମତ୍ସ୍ୟ ପୋଖରୀ ନଷ୍ଟ ହୋଇଥିବା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.