ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜରେ ହାତୀ ଆତଙ୍କ, ବ୍ୟାପକ ଧାନ ଫସଲ ନଷ୍ଟ

କଟକ(କେନ୍ୟୁଜ୍) : ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜରେ ହାତୀ ଆତଙ୍କ । ହାତୀ ପଲ ଗାଁରେ ପଶି ଏକର ଏକର ଫସଲ ନଷ୍ଟ କରୁଛନ୍ତି। ପାଚିଲା ଧାନ ଖାଇବା ସହ ଘରଦ୍ୱାର ଭଙ୍ଗାରୁଜା କରୁଛନ୍ତି। ବିଭିନ୍ନ ସ୍ଥାନରେ ହାତୀ ପଲ ରାସ୍ତା ଉପରକୁ ଚାଲି ଆସିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି ।

hatiବନ ବିଭାଗ ପକ୍ଷରୁ ଲଗାଯାଇଥିବା ସୋଲାର ତାର ବାଡ଼ ଭାଙ୍ଗି ରାସ୍ତା ଉପରକୁ ଚାଲିଆସୁଛନ୍ତି ହାତୀ । ହାତୀ ରାସ୍ତା ଉପରେ ଚାଲୁଥିବାରୁ ବନ ବିଭାଗ ପକ୍ଷରୁ ଏଲିଫ୍ୟାଣ୍ଟ ଟ୍ରାକର ସ୍କ୍ଵାର୍ଡ ଜଗି ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.