୧୫ ଟଙ୍କା ଇନଭେଷ୍ଟମେଣ୍ଟରେ ପାଆନ୍ତୁ ୨୦ ଲକ୍ଷର ବୀମା, ଜାଣନ୍ତୁ କିପରି

ନୂଆଦିଲ୍ଲୀ : ଭବିଷ୍ଯତକୁ ସୁରକ୍ଷିତ କରିବା ପାଇଁ ପ୍ରତ୍ଯେକ ବ୍ଯକ୍ତିଙ୍କ ପାଇଁ ଜରୁରି ବୀମା। ଏହା ପରିବାର ସହ ଆପଣଙ୍କୁ ମଧ୍ୟ ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ। ଯଦି ଆପର ମଧ୍ୟ କୌଣସି ବୀମା ନେବା ପାଇଁ ଚିନ୍ତା କରୁଛନ୍ତି ତେବେ ଏହି ଖବରଟି ଖାସ ଆପଣଙ୍କ ପାଇଁ। ଏଲଆଇସି ଅନମୋଲ ଜୀବନ ଟର୍ମ ଇନସୁରାନ୍ସ ପ୍ଳାନରେ ମାତ୍ର ୧୫ ଟଙ୍କା ଦୈନିକ ଇନଭେଷ୍ଟ ମେଣ୍ଟରେ ଆପଣ ପାଇପାଇବେ ୨୦ଲକ୍ଷ ପର୍ଯ୍ଯନ୍ତ ଜୀବନ ବୀମା। ଆସନ୍ତୁ ଜାଣିବା କିପରି।
କଣ ରହିଛି ଏଲଆଇସି ଅନମୋଲ ଜୀବନ ବୀମା
ଏହି ବୀମାର ସମୟ ସୀମା ମଧ୍ୟରେ ଯଦି ବୀମା କରିଥିବା ବ୍ଯକ୍ତିଙ୍କର କୌଣସି କାରଣ ହେତୁ ମୃତ୍ଯୁ ହୋଇଯାଉଛି ତେବେ ପଲିସି ନୋମିନିଙ୍କୁ ସମସ୍ତ ବୀମା ଟଙ୍କା ମିଳିଯିବ। ଯେହେତୁ ଏହା ଏକ ଟର୍ମ ଇନସୁରାନ୍ସ ଏଣୁ ବୀମାର ମେଚ୍ଯୁରିଟୀରେ କୌଣସି ପ୍ରକାରର ଟଙ୍କା ମିଳିନଥାଏ। ଏହାଏକ ସଂପୂର୍ଣ୍ଣ ଟର୍ମ ଇନସୁରାନ୍ସ ଥିବାରୁ ଏଥିରେ କୌଣସି ପ୍ରକାରର ବୋନସ ମିଳିନଥାଏ। ଏଥିରେ ଆପଣଙ୍କୁ ୬ ରୁ ୨୪ଲକ୍ଷ ପର୍ଯ୍ଯନ୍ତ ଇନସୁରାନ୍ସ ଟଙ୍କା ମିଳିବ। ଏହି ବୀମାର ଲାଭ ଉଠାଇବା ପାଇଁ ଆପଣଙ୍କ ବୟସ ସୀମା ୧୮-୩୫ବର୍ଷ ମଧ୍ୟରେ ହୋଇଥିବା ଆବଶ୍ଯକ। ଏହି ବୀମାର ମେଚ୍ଯୁରୀଟି ୬୫ବର୍ଷ ରହିଛି।
ଉଦାହରଣ ପାଇଁ , ଯଦି ୩୦ବର୍ଷ ସମୟରେ ଆପଣ ୧୫ ବର୍ଷ ଟର୍ମରେ ବୀମା କରୁଛନ୍ତି ତେବେ ୨୦ଲକ୍ଷ ଟଙ୍କାର ବେସ ପ୍ରିମିୟମ ୪୬୨୦ ଟଙ୍କା ହେବା ସହ ସମସ୍ତ ପ୍ରକାରର ଟ୍ଯାକ୍ସ ମିଶି ୫୪୫୨ ଟଙ୍କା ହେବ। ସେହିଭଳି ୬ମାସର ପ୍ରିମିୟମ ହେଲା ଏହା ୨୭୮୦ ଟଙ୍କା ହେଲେ ଦିନକୁ ମାତ୍ର ୧୫ଟଙ୍କା ହିସାବରେ ଆପଣଙ୍କୁ ଦେୟ କରିବାକୁ ପଡ଼ିବ। ଏହି ହିସାବରେ ଆପଣ ମାତ୍ର ୧୫ଟଙ୍କାରେ ୨୦ଲକ୍ଷ ପର୍ଯ୍ଯନ୍ତ ଟର୍ମ ଇନସୁରାନ୍ସର ଫାଇଦା ଉଠାଇପାରିବେ।