ସୀମା ଲଂଘୁଛି ହାତୀ ଆକ୍ରମଣ : ଭିନ୍ନ ଭିନ୍ନ ସ୍ଥାନରେ ୨ଜଣଙ୍କ ଜୀବନ ନେଇଛି ଦନ୍ତା

ସମ୍ବଲପୁର ଯୁଯୁମୁରାରେ ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି l ମୃତ ବ୍ୟକ୍ତି ଜଣକ ଯୁଯୁମୁରା ସରପଞ୍ଚଙ୍କ ସ୍ୱାମୀ ଗୋପାଳ ପ୍ରଧାନ l ସେହିପରିରେଢାଖୋଲରେଦନ୍ତା ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବଲପୁର /ରେଢାଖୋଲ (କେନ୍ୟୁଜ): ସମ୍ବଲପୁର ଯୁଯୁମୁରାରେ ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ଯୁଯୁମୁରା ସରପଞ୍ଚଙ୍କ ସ୍ୱାମୀ ଗୋପାଳ ପ୍ରଧାନ। ରାତିରେ ନିଜ ଢ଼ାବା ସମ୍ମୁଖରେ ସୋଇଥିବା ବେଳେ ଦଳିଦେଲା ଜଙ୍ଗଲୀ ହାତୀ।

ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ଢାବା ସମ୍ମୁଖରେ ଶୋଇଥିଲେ ଗୋପାଳ । ଏହି ସମୟରେ ହାତୀ ଦଳି ଦେଇଥିବା ସୂଚନା ମିଳିଛି । ତାଙ୍କ ସ୍ତ୍ରୀ ବାସନ୍ତୀ ପ୍ରଧାନ ବର୍ତ୍ତମାନ ଯୁଯୁମୁରା ପଞ୍ଚାୟତର ସରପଞ୍ଚ ଅଛନ୍ତି । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଆରମ୍ଭ କଲେ ତଦନ୍ତ l ସ୍ଥାନୀୟ ଲୋକଙ୍କ ମଧ୍ଯରେ ଉତ୍ତେଜନା ଦେଖାଦେଇଛି ।

ସେହିପରି ରେଢାଖୋଲରେଦନ୍ତା ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ରେଢାଖୋଲ ବନଖଣ୍ଡ ବଡମାଳ ରେଞ୍ଜ ବୁଢିଖମାର ଗାଁରେ ଆମ୍ବ ଗୋଟାଇବା ବେଳେ ଦଳି ମାରିଲା ଦନ୍ତା। ମୃତ ବ୍ୟକ୍ତି ଜଣକ ହେଲେ ସେହି ଗାଁର ରଙ୍କ ଭୁଇଁୟା। ତେବେ ଘଟଣାସ୍ଥଳରେ ବନ ବିଭାଗ ପହଁଞ୍ଚି ତଦନ୍ତ ଆରମ୍ଭ କରିଛିl

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.