ହାତୀ ଆତଙ୍କ : ୫ ବର୍ଷର ନାବାଳିକା ମୃତ ,୩ ଗୁରୁତର

ଭୁବନେଶ୍ବର : ହାତୀ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରି ଏକ ଘଟଣା ଆଜି ସକାଳ ସମୟରେ ରେଙ୍ଗଲି ଫରେଷ୍ଟର କତରଗଦା ଥାନା ବାସୁପାଲି ଗ୍ରାମରେ ପ୍ରାୟ ଭୋର ୪ଟା ସମୟରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଘରେ ଶୋଇଥିବା ଅବସ୍ଥାରେ ହାତୀ ଘର କାନ୍ଥକୁ ଠେଲି ଭାଙ୍ଗିଦେଇଥିଲେ ।

ଯାହା ଫଳରେ ଘରେ ଶୋଇଥିବା ଅବସ୍ଥାରେ ୫ ବର୍ଷର ନାବାଳିକା ମୃତ ହୋଇଥିବା ବେଳେ ଅନ୍ୟ ପରିବାର ସଦସ୍ୟ ଗୁରୁତର ଅଛନ୍ତି। ଗୁରୁତରଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନା ଭର୍ତ୍ତି କରାଯାଇଥିବା ବେଳେ ଘଟଣାଟିର ତଦନ୍ତ ଚଳାଇଛି ସ୍ଥାନୀୟ ବନ୍ୟ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.