ଶିମିଳିପାଳରେ ପୁଣି ଛୁଆ ହାତୀର ମୃତ୍ୟୁ, ଗଳାରେ ଇନଫେକ୍ସନ କାରଣ

ଶିମିଳିପାଳରେ ପୁଣି ଛୁଆ ହାତୀର ମୃତ୍ୟୁ। ପିଠାବଟା ରେଞ୍ଜ କାର୍ଯ୍ୟାଳୟ ପରିସରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

ଶିମିଳିପାଳରେ ପୁଣି ଛୁଆ ହାତୀର ମୃତ୍ୟୁ। ପିଠାବଟା ରେଞ୍ଜ କାର୍ଯ୍ୟାଳୟ ପରିସରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ ହାତୀର ବୟସ ୧ ମାସ ହେବ । ଗତ ୧୬ ତାରିଖରେ କରଞ୍ଜିଆ ରେଞ୍ଜ ଅଞ୍ଚଳରେ ଥିବା ହାତୀପଲ ଅସୁସ୍ଥତା କାରଣରୁ ଏକ ଛୁଆ ହାତୀକୁ ଛାଡି ପଳାଇଯାଇଥିଲେ।

ଖବର ପାଇ ବନବିଭାଗ ଛୁଆ ହାତୀର ଚିକିତ୍ସା ଜାରି ରଖିଥିଲେ। ମାତ୍ର ୪ ଦିନ ପରେ ତାର ମୃତ୍ୟୁ ହୋଇଥିଲା। ଗଳାରେ ଇନଫେକ୍ସନ କାରଣରୁ ଛୁଆ ହାତୀର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ। ବ୍ୟବଛେଦ ପରେ ମୃତଦେହକୁ ପୋତି ଦିଆଯାଇଛି।