ସୋରଡା ବନାଞ୍ଚଳ ନାଠିପଡ଼ା ଫରେଷ୍ଟ ନିକଟ କାଜୁ ଜଙ୍ଗଲରୁ ଦନ୍ତାର ମୃତଦେହ ଉଦ୍ଧାର

ସୋରଡା: ବିଦ୍ୟୁତ ତାର ଲାଗି ଦନ୍ତା ମୃତ। ଗଞ୍ଜାମ ଜିଲ୍ଲା ସୋରଡା ବନାଞ୍ଚଳ ନିକଟ ନାଠିପଡ଼ା ଫରେଷ୍ଟ ନିକଟ କାଜୁ ଜଙ୍ଗଲରୁ ହାତିର ମୃତଦେହ ଉଦ୍ଧାର କରାଯାଇଛି। ମୃତ ହାତୀର ବୟସ ୨୫ ବର୍ଷ ହେବ। ଏହି ଜଙ୍ଗଲ ଦେଇ ୮ଟି ହାତୀ ପ୍ରତିଦିନ ଯିବା ଆସିବା କରିଥାନ୍ତି।

ହାତୀ ପଲରେ ୨ଟି ଦନ୍ତା ହାତୀ ଓ ୬ଟି ମାଇ ହାତୀ ଅଛନ୍ତି। ହାତୀ ପଲ ଏହି ଜଙ୍ଗଲ ଦେଇ ଗଲାବେଳେ ୧୧କେଭି ତାର ସଂସ୍ପର୍ଶରେ ଆସିଥିଲେ। ଭଞ୍ଜନଗର DFO, SCF ଏବଂ ଅନ୍ୟ କର୍ମଚାରୀ ପହଞ୍ଚି ମୃତ ହାତୀର ବ୍ୟବଛେଦ କରିବା ପରେ ପୋତି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.