ଦେବଗଡ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଆଖି ବୁଜିଲା ପୁଣି ଏକ ମାଈହାତୀ!

ଦେବଗଡ(କେନ୍ୟୁଜ୍): ପୁଣି ଏକ ମାଈହାତୀର ମୃତ୍ୟୁ। ଦେବଗଡ ଜିଲ୍ଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଖିଲେଇବଣି ଗାଁର ଏକ ବଗିଚାରେ ମାଈହାତୀର ମୃତ୍ୟୁ ହୋଇଛି। ଗତକାଲି ରାତିରେ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଆଜି ସକାଳେ ଗ୍ରାମବାସୀ ମୃତ ହାତୀକୁ ଦେଖିଥିଲେ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଏପର୍ଯ୍ୟନ୍ତ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚିନାହାନ୍ତି । ହାତୀପଲ ଧାନ ଖାଇବା ପାଇଁ ଗାଁ ମୁହାଁ ହେଉଥିବା କହିଛନ୍ତି ଗ୍ରାମବାସୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.