ସୁନ୍ଦରଗଡ଼ ଗାଁ ରାସ୍ତାରେ ବୁଲୁଛନ୍ତି ହାତୀ ପଲ, ଲୋକେ ଆତଙ୍କିତ

ସୁନ୍ଦରଗଡ଼ (କେନ୍ୟୁଜ) : ପାହାଡ ତଳେ ୨୨ଟିକିଆ ହାତୀ ପଲ । ସୁନ୍ଦରଗଡ଼ ଜିଲ୍ଲା ବଡଗାଁ ଫରେଷ୍ଟ ରେଞ୍ଜ ମହାବୀର ପାହାଡ ତଳେ ୨୨ଟିକିଆ ହାତୀ ପଲ ଦେଖିବାକୁ ମିଳିଛି । ଗାଁ ରାସ୍ତା ଦେଇ ହାତୀପଲ ଯିବା ଆସିବା କରୁଛନ୍ତି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇଛନ୍ତି ।

କେବଳ ବଡଗାଁ ନୁହେଁ ରାଜଗାଙ୍ଗପୁର ଲମଲୋଇ ଓ କୁତ୍ରା ଅଞ୍ଚଳରେ ମଧ୍ୟ ହାତୀ ଉପଦ୍ରବ ବୃଦ୍ଧି ପାଇଛି । ଏହି ହାତୀପଲ ଝାଡଖଣ୍ଡ ଅଞ୍ଚଳରୁ ଆସିଥିବା ଜଣାପଡିଛି । ବନବିଭାଗ ପକ୍ଷରୁ ହାତୀ ଘଉଡାଇବା ଉଦ୍ୟମ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.