ରାଜଧାନୀର ରାସ୍ତାରେ ଗଜରାଜ, ଲୋକେ ଛାନିଆ

ଭୁବନେଶ୍ୱର ମୈତ୍ରୀ ବିହାରରେ ପୁଣି ହାତୀ ଆତଙ୍କ । ମେନ୍‌ ରୋଡ଼ ଉପରେ ବୁଲିଲା ହାତୀ । ହାତୀକୁ ଦେଖି ଲୋକେ ଛାନିଆ । ମୈତ୍ରୀ ବିହାରର ନୂଆ ରାସ୍ତାରେ ଦେଖିବାକୁ ମିଳିଲା ହାତୀ । ତେବେ ହାତୀଟି କାହାର କିଛି କ୍ଷୟକ୍ଷତି କରିନାହିଁ ।

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ରାତିରେ ବୁଲୁଛି ହାତୀ । ଭୁବନେଶ୍ୱର ମୈତ୍ରୀ ବିହାରରେ ପୁଣି ହାତୀ ଆତଙ୍କ । ମେନ୍‌ ରୋଡ଼ ଉପରେ ବୁଲିଲା ହାତୀ । ହାତୀକୁ ଦେଖି ଲୋକେ ଛାନିଆ । ମୈତ୍ରୀ ବିହାରର ନୂଆ ରାସ୍ତାରେ ଦେଖିବାକୁ ମିଳିଲା ହାତୀ । ତେବେ ହାତୀଟି କାହାର କିଛି କ୍ଷୟକ୍ଷତି କରିନାହିଁ ।

ଦୁଇ ଦିନ ତଳେ ସେହି ରାସ୍ତାରେ ସାଲିଆ ସାହିକୁ ପଶି ଆସିଥିଲା ହାତୀ । ସେତେବେଳେ ମଧ୍ୟ କୌଣସି ସମ୍ପତ୍ତି ନଷ୍ଟ କରିନଥିଲା । ଚନ୍ଦକା ଜଙ୍ଗଲରୁ ଏହି ହାତୀ ଆସିଥିବା ଆଶଙ୍କା କରାଯାଉଛି । ପାଖରେ ଚନ୍ଦକା ଜଙ୍ଗଲ ରହିଛି । ହାତୀ ସହର ଭିତରକୁ ନ ଆସିବା ପାଇଁ ଟ୍ରେଞ୍ଚ ଖୋଳାଯାଇଛି । ଏହାସତ୍ତ୍ୱେ ମଧ୍ୟ ଟ୍ରେଞ୍ଚ ଟପି ସହରମୁହାଁ ହେଉଛି ହାତୀ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ନିଦ ହଜି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.