WTC ଫାଇନାଲ ପାଇଁ ଯଶସ୍ୱୀଙ୍କ ପ୍ରାକ୍ଟିସ ଆରମ୍ଭ, ବିରାଟଙ୍କ ଠାରୁ ନେଲେ ଟିପ୍ସ

ଜୁନ ୭ରୁ ଲଣ୍ଡନରେ ଖେଳାଯିବ WTC ଫାଇନାଲ । ଫାଇନାଲ ମ୍ୟାଚ ପାଇଁ ଟିମରେ ଯଶଓ୍ଵୀ ଜୟସଓ୍ଵାଲଙ୍କୁ ସ୍ଥାନ ମିଳିଛି । ଆଉ ଏଥିପାଇଁ ବିରାଟଙ୍କ ଠାରୁ ଖାସ୍‌ ଟିପ୍ସ ନେଇ ଅଭ୍ୟାସ କରୁଛନ୍ତି ଯଶସ୍ୱୀ ।

WTC ଫାଇନାଲ ମ୍ୟାଚ୍‌ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଲଣ୍ଡନରେ ୭ ଜୁନରୁ ଖେଳାଯିବ । ଏଥିପାଇଁ ଟିମ୍‌ ଇଣ୍ଡିଆର ଖେଳାଳି ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ଫାଇନାଲ ମ୍ୟାଚ୍‌ ପାଇଁ ଟିମ୍‌ରେ ଯୁବ ଖେଳାଳି ଯଶସ୍ୱୀ ଜୟସଓ୍ଵାଲଙ୍କୁ ସ୍ଥାନ ମିଳିଛି । ଯଶସ୍ୱୀ ପ୍ରଥମ ଥର ପାଇଁ ଟିମରେ ସାମିଲ ହୋଇଛନ୍ତି । ଆଉ ଏଥିପାଇଁ ଲଣ୍ଡନରେ ପ୍ରାକ୍ଟିସ ଆରମ୍ଭ କରିଦେଇଛନ୍ତି । ଯଶସ୍ୱୀ ଅଭ୍ୟାସ ପାଇଁ ବିରାଟ କୋହଲିଙ୍କ ଠାରୁ ଟିପ୍ସ ନେଉଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଯଶସ୍ୱୀ ଆଇପିଏଲ୍‌ ୨୦୨୩ରେ ଭଲ ପ୍ରଦର୍ଶନ କରିଛନ୍ତି । ସେ ୧୪ଟି ମ୍ୟାଚରେ ୬୨୫ ରନ୍‌ କରିଛନ୍ତି । ଏଥିପାଇଁ ତାଙ୍କୁWTC ଫାଇନାଲ ପାଇଁ ଟିମରେ ସ୍ଥାନ ମିଳିଛି । ଟିମ୍‌ ପାଇଁ ଲଣ୍ଡନରେ ଅଭ୍ୟାସ ଆରମ୍ଭ କରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିୟାରେ ସେୟାର ହୋଛି । ଏହି ଭିଡିଓରେ ସେ ବିରାଟଙ୍କ ଠାରୁ ଟିପ୍ସ ନେଉଥିବାର ଦେଖିବାକୁ ମିଳିଛି । କୋହଲି ଯଶସ୍ୱୀଙ୍କୁ ଟେଷ୍ଟ ଫର୍ମାଟରେ ବ୍ୟାଟିଂ କରିବା ପାଇଁ ଟିପ୍ସ ଦେଉଛନ୍ତି । ଏହାସହିତ ଯଶସ୍ୱୀ ଭାରତୀୟ ଟିମର ସିନିଅର ଖେଳାଳିଙ୍କ ସହିତ କଥାବାର୍ତ୍ତା ହେଉଥିବାର ନଜର ଆସିଛନ୍ତି ।

ସୂଚନାଯୋଗ୍ୟ, ଯଶସ୍ୱୀ ଘରୋଇ ମ୍ୟାଚରେ ଭଲ ପ୍ରଦର୍ଶନ କରିଛନ୍ତି । ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୨୬ଟି ମ୍ୟାଚରେ ୧୮୪୫ ରନ୍‌ କରିଛନ୍ତି । ଏଥିରେ ସେ ୯ଟି ଶତକ ଓ ୨ଟି ଅର୍ଦ୍ଧଶତକ ମାରିଛନ୍ତି। ସେହିଭଳି ଲିଷ୍ଟ ଏ ରେ ମଧ୍ୟ ୧୫୧୧ ରନ୍‌ କରିଛନ୍ତି । ଏହି ଫର୍ମାଟରେ ସେ ୫ଟି ଶତକ ଏବଂ ୭ଟି ଅର୍ଦ୍ଧଶତକ ମାରିଛନ୍ତି । ଯଶସ୍ୱୀ ୫୫ ଟି-୨୦ମ୍ୟାଚରେ ୧୫୭୮ ରନ୍‌ କରିଛନ୍ତି । ଏଥିରେ ଗୋଟିଏ ଶତକ ଏବଂ ୯ଟି ଅର୍ଦ୍ଧଶତକ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.