ଜାଣି ନ ଥିଲେ ଅପେକ୍ଷା କରିଛି ମୃତ୍ୟୁ! ହତ୍ୟାର ୨ ମିନିଟ୍‌ ପୂର୍ବର ସାକ୍ଷୀଙ୍କ ଭିଡିଓ ଆସିଲା ସାମ୍ନାକୁ…

ରାଜଧାନୀ ଦିଲ୍ଲୀରେ ୧୬ ବର୍ଷୀୟା ନାବାଳିକା ସାକ୍ଷୀଙ୍କୁ ନିର୍ମମ ହତ୍ୟା ମାମଲା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାର ଅଭିଯୁକ୍ତ ସାହିଲଙ୍କୁ ପୋଲିସ ଗିରଫ କରିଛି।

ରାଜଧାନୀ ଦିଲ୍ଲୀରେ ୧୬ ବର୍ଷୀୟା ନାବାଳିକା ସାକ୍ଷୀଙ୍କୁ ନିର୍ମମ ହତ୍ୟା ମାମଲା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାର ଅଭିଯୁକ୍ତ ସାହିଲଙ୍କୁ ପୋଲିସ ଗିରଫ କରିଛି ଏବଂ ତାଙ୍କୁ ପଚରାଉଚରା ବେଳେ ଅନେକ କଥା ଖୁଲାସା ହୋଇଛି। ତେବେ ଏହାରି ଭିତରେ ଆଉ ଏକ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି, ଯାହାକି ସାକ୍ଷୀଙ୍କ ହତ୍ୟାର ମାତ୍ର ୨ ମିନିଟ୍‌ ପୂର୍ବର ବୋଲି କୁହାଯାଉଛି। ଏହି ଭିଡିଓରେ ସାକ୍ଷୀ ରାସ୍ତାରେ ଯାଉଥିବାର ନଜର ଆସିଛନ୍ତି।

ଏହି ଭିଡିଓରେ ସାକ୍ଷୀ ଏକ ଧଳା ଟି-ସାର୍ଟ ପିନ୍ଧି ସାହିଲ ଡାକିଥିବା ସ୍ଥାନକୁ ଯାଉଥିବାର ଦେଖାଯାଉଛନ୍ତି। ସାକ୍ଷୀ ଦ୍ରୁତ ଗତିରେ ଚାଲୁଛନ୍ତି। ଏହି ଭିଡିଓର ୨ ମିନିଟ୍ ପରେ ହିଁ ସାହିଲ ସାକ୍ଷୀଙ୍କୁ ଅନେକ ଥର ଛୁରୀ ଭୁସି ହତ୍ୟା କରିଛନ୍ତି।

ସୂଚନାଥାଉ କି, ମେ’ ୨୯ରେ ଏହି ଖବର ସାମ୍ନାକୁ ଆସିଥିଲା। ଦିଲ୍ଲୀର ଶାହାବାଦ ଡେୟରୀ ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ରାସ୍ତା ମଝିରେ ଛୁରୀ ଭୁସି ହତ୍ୟା କରାଯାଇଥିଲା। ଏହି ପୂରା ଘଟଣା ସିସିଟିଭି ଫୁଟେଜରେ କଏଦ ହୋଇଥିଲା। ନାବାଳିକାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ସାହିଲ ବୋଲି ଜଣାପଡ଼ିଥିଲା। ଅଭିଯୁକ୍ତ ଫ୍ରିଜ୍ ଏବଂ ଏସି ମରାମତି କାମ କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.