Below header

କଟକ ଡାଳିଯୋଡ଼ା ରେଞ୍ଜ ମହିଷାଲଣ୍ଡା ପଞ୍ଚାୟତରେ ହାତୀ ଆତଙ୍କ, ଘରେ ଥିବା ଚାଉଳ ବସ୍ତା ବୋହି ନେଇ ଖାଇବା ସହ ରଚିଲା ତାଣ୍ଡବ

କଟକ: ଜନବସତି ମୁହାଁ ଜଙ୍ଗଲୀ ହାତୀ । କଟକ ଜିଲ୍ଲା ଚୌଦ୍ୱାରର ଡାଳିଯୋଡ଼ା ରେଞ୍ଜ ମହିଷାଲଣ୍ଡା ପଞ୍ଚାୟତରେ ହାତୀ ଆତଙ୍କ । ମାଛପଙ୍ଗା, ଗହଁଣା ଆଦିିବାସୀ ବସ୍ତିରେ ଏକ ଦନ୍ତା ହାତୀ ପଶିଆସି ଘର ଭାଙ୍ଗି ଦେଇଛି । ଘରେ ଥିବା ଚାଉଳ ବସ୍ତା ବୋହି ନେଇ ଖାଇବା ସହ ଅନେକ ନଷ୍ଟ କରି ଗାଁରେ ତାଣ୍ଡବ ରଚିଛି ।

ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ଘର ଭାଙ୍ଗିଥିଲା ହାତୀ । ଭୟରେ ପରିବାର ଲୋକମାନେ ଘରର କୋଣରେ ଲୁଚି ବର୍ତ୍ତି ଯାଇଥିଲେ । ପ୍ରାୟ ଦୁଇଘଣ୍ଟା ଧରି ହାତୀ ଗାଁ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିବା ବେଳେ ପରେ ଏହା ବିଲମଧ୍ୟରେ ପଶି ଧାନଗଜା ସବୁ ନଷ୍ଟ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.