ଜୁନ୍‌ ମାସରେ ହୋଇଛି ସ୍ବାଭାବିକଠାରୁ ଅଧିକ ବର୍ଷା : ଝାରସୁଗୁଡ଼ାରେ ସର୍ବାଧିକ, ପୁରୀରେ ସର୍ବନିମ୍ନ ରେକର୍ଡ

ଭୁବନେଶ୍ବର : ଜୁନ୍‌ ମାସରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି। ଜୁନ୍‌ ପହିଲାରୁ ୩୦ ତାରିଖ ମଧ୍ୟରେ ଓଡ଼ିଶାରେ ସ୍ବାଭାବିକ ଭାବେ ୨୨୫.୨ ମିମି ବର୍ଷା ହେବା କଥା। ତେବେ ଚଳିତବର୍ଷ ୨୫୭ ମିମି ବର୍ଷା ରେକର୍ଡ କରାଯାଇଛି।  ଝାରସୁଗୁଡ଼ାରେ ସବୁଠାରୁ ଅଧିକ ବର୍ଷା ‌ରେକର୍ଡ କରାଯାଇଛି। ସେହିପରି ୧୦ଟି ଜିଲ୍ଲାରେ ସ୍ବାଭାବିକଠାରୁ ୨୦ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ୧୩ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରହିଛି।

ଜୁନ୍‌ ମାସରେ ଖୋର୍ଧା, ପୁରୀ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଜିଲ୍ଲାରେ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଛି। ପୁରୀରେ ସବୁଠାରୁ କମ୍‌ ବର୍ଷା ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର କହିବାନୁଯାୟୀ ଆସନ୍ତା ଦୁଇ ଦିନ ଓଡ଼ିଶାରେ ଅଧିକ ବର୍ଷା ନାହିଁ।

ତେବେ ୪ ତାରିଖଠାରୁ ମୌସୁମୀ ବାୟୁ ପୁଣିଥରେ ସକ୍ରିୟ ହେବାକୁ ଥିବାରୁ ବର୍ଷା ପରିମାଣ ବଢ଼ିପାରେ। ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବାକୁ ଥିବା ବେଳେ ଉତ୍ତର ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମାଳକାନଗିରି, କନ୍ଧମାଳ, ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.