ବିଳମ୍ବିତ ରାତିରେ ମାର୍କେଟରେ ବୁଲୁଛି ହାତୀ

କରଞ୍ଜିଆ ବନ ଖଣ୍ଡରେ ହାତୀ ଆତଙ୍କ ଥମିବାର ନାଁ ନେଉନି । ପୃଥକ ପୃଥକ ସ୍ଥାନରେ ୩୨ଟି ହାତୀ ବୁଲୁଛନ୍ତି। ୧୬ ଦିନ ମଧ୍ୟରେ ୧୭ଟି ଘର ଭାଙ୍ଗିଲେଣି ବଣୁଆ ହାତୀ ପଲ।

କରଞ୍ଜିଆ (କେନ୍ୟୁଜ୍‌): ମାର୍କେଟରେ ବୁଲୁଛି ହାତୀ। ଗତକାଲି ବିଳମ୍ବିତ ରାତିରେ ଏକ ଗୋଠ ଛଡ଼ା ଦନ୍ତା ହାତୀ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଶୁକୃଳି ବଜାରରେ ବୁଲୁଥିବା ଦେଖିବାକୁ ମିଳିଛି। ହାତୀକୁ ଦେଖି ଲୋକେ ଭୟଭୀତ ହୋଇପଡିଥିଲେ। ରାତି ପ୍ରାୟ ୧୨ଟା ବେଳେ ହାତୀଟି ମାର୍କେଟ୍‌ ରାସ୍ତା ଦେଇ ଯାଇଥିଲା ।

ଏପଟେ କରଞ୍ଜିଆ ବନ ଖଣ୍ଡରେ ହାତୀ ଆତଙ୍କ ଥମିବାର ନାଁ ନେଉନି । ପୃଥକ ପୃଥକ ସ୍ଥାନରେ ୩୨ଟି ହାତୀ ବୁଲୁଛନ୍ତି। ୧୬ ଦିନ ମଧ୍ୟରେ ୧୭ଟି ଘର ଭାଙ୍ଗିଲେଣି ବଣୁଆ ହାତୀ ପଲ। ଅନ୍ୟପକ୍ଷରେ ବାରମ୍ବାର ହାତୀ ଆକ୍ରମଣ କରୁଥିବାରୁ ଅତିଷ୍ଠ ହୋଇ ଲୋକେ ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ସହର ଭିତରେ ହାତୀ ପଶିବା ଫଳରେ ଲୋକେ ଆତଙ୍କିତ ହୋଇ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.