ମହାରାଷ୍ଟ୍ର ରାଇଗଡରେ ଗାଁ ଉପରେ ଖସିଲା ପାହାଡ: ୫ ମୃତ, ଅନେକ ମାଟିତଳେ ଦବିଥିବା ଆଶଙ୍କା
ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ ରାଇଗଡରେ ଅଧରାତିରେ ଆଦିବାସୀ ଗାଁ ଉପରେ ପାହାଡ ଧସିପଡିଛି । ଫଳରେ ୩୦ ପରିବାର ମାଟି ତଳେ ଚାପି ହୋଇ ରହିଛନ୍ତି । ଏପର୍ଯ୍ୟନ୍ତ ୫ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନେକ ଚାପି ହୋଇଥିବା ଆଶଙ୍କା କରାଯାଉଛି ।

ମହାରାଷ୍ଟ୍ର ରାଇଗଡ଼ରେ ବର୍ଷା ବିତ୍ପାତ ଯୋଗୁ ବଡ ଅଘଟଣ ଘଟିଛି । ବର୍ଷା ଯୋଗୁଁ ଏକ ଆଦିବାସୀ ଗାଁ ଉପରେ ପାହାଡ ଧସି ପଡିଛି । ଫଳରେ ୪୦ ପରିବାର ଏହାତଳେ ଚାପି ହୋଇ ରହିଛନ୍ତି । ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଗୁରୁତର ଆହତ ରହିଛନ୍ତି । ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୭୫ ଲୋକ ନିଖୋଜ ରହିଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମାଟି ତଳେ ଆଉ କିଛି ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଘଟଣା ସ୍ଥଳରେ ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟ ପାଇଁ ପହଞ୍ଚିଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।
ଖବର ମୁତାବକ, ବୁଧବାର ରାତି ୧୨ ଟାରେ ଏହି ଘଟଣା ଘଟିଛି । ପ୍ରବଳ ବର୍ଷା ଯୋଗୁଁ ମାଟି ଧସିବା ଯୋଗୁଁ ପାହାଡ ଖସିପଡିଥିଲା । ଫଳରେ ଆଦିବାସୀ ଗାଁର ୩୦ ଘର ଚାପି ହୋଇଯାଇଥିଲା । ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ ଏଭଳି ଘଟଣା ଘଟିଛି ।
#WATCH | Maharashtra: Rescue operation underway by NDRF after a landslide occurred in Irshalwadi village of Khalapur tehsil of Raigad district.
According to the Raigad police, four people have died and three others have been injured. pic.twitter.com/z14SKMjyuK
— ANI (@ANI) July 20, 2023
ଖବର ପାଇ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ସେମାନେ ମାଟି ତଳୁ ୪ ମୃତଦେହ ଉଦ୍ଧାର କରିଥିବା ବେଳେ ଜଣେ ଉଦ୍ଧାରକାରୀ ଟିମର ଜଣେ ବ୍ୟକ୍ତିଙ୍କର ହୋଇଛି । ଏହି ଘଟଣା ପରେ ଗୁରୁତରଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି ବୋଲି ରାଇଗଡ଼ ଏସ୍ପି ସୂଚନା ଦେଇଛନ୍ତି। ଗୁରୁବାର ଦିନ ରାୟଗଡରେ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି।
#Tragic#
Land-slide in Irsalwadi,Teh-Khalapur Raigad (MH) caused havoc. Approx 15-20 houses buried. NDRF on-site for rescue. Praying for survivors. #RaigadLandslide 🙏@ANI @sdmamaharashtra
@ndma @NDRFHq @PIBMumbai pic.twitter.com/qiExSmKH1L— 5 NDRF PUNE (@5Ndrf) July 20, 2023
ସୂଚନାଯୋଗ୍ୟ, ୨୦୧୪ରେ ମହାହରାଷ୍ଟ୍ର ପୁନେର ମାଲିନିରେ ଏଭଳି ଦୁର୍ଘଟଣା ଘଟିଥିଲା । ଏହି ଘଟଣାରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।