ଭଦ୍ରକ: ଏଟିଏମ ଲୁଟରେ ସମ୍ପୃକ୍ତ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର, ୨ଟି ପିସ୍ତଲ ସହ ମାରଣାସ୍ତ୍ର ଜବତ

ଭଦ୍ରକ(କେନ୍ଯୁଜ୍): ଭଦ୍ରକରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର । ଏଟିଏମ ଲୁଟରେ ସମ୍ପୃକ୍ତ ହୋଇଥିବା ଦୁଇ ଲୁଟେରାଙ୍କୁ ଏନକାଉଣ୍ଟର କରିଲା ଗ୍ରାମାଞ୍ଚଳ ପୋଲିସ୍ । ଭଦ୍ରକ ଗ୍ରାମାଞ୍ଚଳ ଥାନା ବରପଦା ନିକଟରେ ଏନକାଉଣ୍ଟର ହୋଇଛି । ଦୁଇ ଜଣ ଅପରାଧୀ ବରପଦା ନିକଟରେ ଥିବା ବେଳେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଏନକାଉଣ୍ଟର କରିଛି ।

ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ ହୋଇଛି । ଅପରାଧୀଙ୍କ ନିକଟରୁ ପିସ୍ତଲ ସହ ମାରଣାସ୍ତ୍ର ଜବତ ହୋଇଛି। ତେବେ ଦୁଇ ଅପରାଧୀ ହେଉଛନ୍ତି ସୋର ଅଞ୍ଚଳର ପ୍ରହ୍ଲାଦ ଦାସ ଓ ନୀଳଗିରି ଅଂଚଳର ସୁଶାନ୍ତ ମଲ୍ଲିକ ବୋଲି ସୂଚନା ମିଳିଛି । ଦୁଇ ଅପରାଧୀ ଭଦ୍ରକରେ ଏଟିଏମ ରୁ ୨୯ ଲକ୍ଷ ଟଙ୍କା ଲୁଟରେ ସମ୍ପୃକ୍ତି ସନ୍ଦେହ କରାଯାଉଛି ।

ତେବେ ଏହି ଅପରାଧୀଙ୍କ ନିକଟରୁ ୨ ଗୋଟି ପିସ୍ତଲ ସହିତ କିଛି ଟଙ୍କା ଜବତ ହୋଇଥିବା ସହିତ ୪ ଆସାମୀଙ୍କୁ ଅଟକ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.