Below header

ଜୟପୁରରେ ପୋଲିସର ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ କାବୁଲା ଖରା ଆହତ

ଜୟପୁର(କେନ୍ୟୁଜ୍): ଜୟପୁରରେ ପୋଲିସର ଏନକାଉଣ୍ଟର। ଏକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାବୁଲା ଖରା ଆହତ। ଜୟପୁର ହାତୀଶାଳ ଛକରେ ପୋଲିସ କାବୁଲାକୁ ଏନକାଉଣ୍ଟର କରିଛି। କାବୁଲା ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲା। ପୋଲିସ ପାଲଟା ଗୁଳିମାଡ଼ରେ କାବୁଲା ଆହତ ହୋଇଛି। ତାର ବାମ ଗୋଡ଼ରେ ଗୁଳି ବାଜିଛି ।

car ତାକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାବୁଲା ନିକଟରୁ ଗୋଟିଏ ପିସ୍ତଲ ଓ କାର ଜବତ କରାଯାଇଛି। ରାଜ୍ୟ ଓ ରାଜ୍ୟ ବାହାରେ ଗଞ୍ଜେଇ ବ୍ୟବସାୟରେ ସଂପୃକ୍ତ ରହିଛି କାବୁଲା। ତା ନାଁରେ ଜିଲ୍ଲା ଓ ଜିଲ୍ଲା ବାହାରେ ୧୦ରୁ ଅଧିକ ମାମଲା ରହିଥିବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.